ETV Bharat / state

କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା - ୟୁଜିସି ମାନ୍ୟତା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ ଭାବେ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟ ଯୋଗେ ସୂଚନା ପରେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷାବିତ ଓ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଅଧିକ ପଢନ୍ତୁ...

କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା

author img

By

Published : Aug 19, 2021, 9:12 PM IST

ଭବାନୀପାଟଣା: କଳାହାଣ୍ଡି ବିଶ୍ୱ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ ଭାବେ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟ ଯୋଗେ ସୂଚନା ପରେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷାବିତ ଓ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଦେଶର ପଛୁଆ ଜିଲ୍ଲା କେବିକେ ଜିଲ୍ଲା ଗୁଡିକର ଅନୁସୂଚିତ ଜାତି, ଜନଜାତି ତଥା ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀ ପାଇଁ କଳାହାଣ୍ଡି ମହାବିଦ୍ୟାଳୟ ଆଶା ଓ ଆକାଂକ୍ଷାକୁ ପୂରଣ କରିଛି।

କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା

ଏହି ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା ଏବଂ ବର୍ଷକ ତଳେ ରାଜ୍ୟ ସରକାର ସ୍ଵୟଂଶାସିତ ମହାବିଦ୍ୟାଳୟରୁ ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପରେ ଗତକାଲି କେନ୍ଦ୍ର ସରକାରଙ୍କ ୟୁଜିସି ମାନ୍ୟତା ପ୍ରଦାନ, ବିଶ୍ୱ ବିଦ୍ୟାଳୟ ଘୋଷଣା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିଛି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ଜିଲ୍ଲାବାସୀ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ହେଲେ ଏବେବି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକ ଅଧ୍ୟାପକ ସଙ୍ଗେ ଭିର୍ତ୍ତିଭୂମି ଓ ଆବଶ୍ୟକ ଜମି ଏକ ନୂଆ ଚ୍ୟାଲେଞ୍ଜ ହୋଇ ରହିବ। ଏହି ଦୃଷ୍ଟିକୋଣରୁ ଭିର୍ତ୍ତିଭୂମିର ବିକାଶ ପାଇଁ ଏକ ବ୍ଲୁପ୍ରିଣ୍ଟର ଆବଶ୍ୟକତା ରହିଛି। ଆଶା କରାଯାଉଛି ୟୁଜିସି ଅନୁଦାନ ମାଧ୍ୟମରେ ଉଚ୍ଚଶିକ୍ଷା ପାଇଁ ଏହି ବିଶ୍ୱ ବିଦ୍ୟାଳୟ କେବିକେ ଜିଲ୍ଲା ପାଇଁ ସହାୟକ ହେବା ସହ କେନ୍ଦ୍ର ସରକାରଙ୍କ ନୂଆ ଜାତୀୟ ଶିକ୍ଷା ନୀତି, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ କ୍ୟାରିଅର ଗଠନରେ ସହାୟକ ହେବ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.