ETV Bharat / state

ଦୀର୍ଘ ଦିନର ଦାବି ହେଲା ପୂରଣ: ଭବାନୀପାଟଣା ଅଟୋନୋମସ କଲେଜ ହେବ କଳାହାଣ୍ଡି ୟୁନିଭର୍ସିଟି - chanceller

ପୂରଣ ହେଲା କଳାହାଣ୍ଡିବାସୀଙ୍କ ସ୍ବପ୍ନ ...

ଫାଇଳ ଫଟୋ
author img

By

Published : Oct 26, 2019, 10:37 AM IST

ଭୁବନେଶ୍ବର: ଭବାନୀପାଟଣା ଅଟୋନୋମସ କଲେଜ ହେବ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ । ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ରାଜ୍ୟପାଳ । ପୂର୍ବରୁ ଭବାନୀପାଟଣା ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଧିନରେ ଆସୁଥିଲା । ଏହାକୁ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଦୀର୍ଘଦିନରୁ ଦାବି କରିଆସୁଥିଲେ କଳାହାଣ୍ଡିବାସୀ ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଫଳରେ ଜିଲ୍ଲାବାସୀଙ୍କ ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର । ଭବାନୀପାଟଣା ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର କୁଳାଧିପତି ତଥା ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ । ଯାହାକୁ ରାଜ୍ୟପାଳ ଅନୁମୋଦନ କରିଛନ୍ତି । ବିଶ୍ବ ବିଦ୍ୟାଳୟ ଘୋଷଣା ହେବା ପରେ ଖୁବଶୀଘ୍ର ଏହାର ଭିତ୍ତିଭୂମି ପାଇଁ ଆବଶ୍ୟକ ଅର୍ଥ ଓ ଆନୁଷଙ୍ଗିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ଏହା ସହ ୨୦୨୦ ଜୁନରୁ ୟୁନିଭରସିଟି ଭାବେ ଶିକ୍ଷାବର୍ଷ ଆରମ୍ଭ କରିବ । ଏଣିକି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଅଧିନରେ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ସମସ୍ତ କଲେଜ ରହିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଭବାନୀପାଟଣା ଅଟୋନୋମସ କଲେଜ ହେବ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ଉପରେୱମୋହର ମାରିଛନ୍ତି ରାଜ୍ୟପାଳ ।ପୂର୍ବରୁ ଏହା ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଣ୍ଡର ରେ ଆସୁଥିଲା ଭବାନୀପାଟଣା ସ୍ଵୟଂ ଶାଶିତ ମହାବିଦ୍ୟାଳୟ ।Body:ଦିର୍ଘ ସମୟ ଧରି ଏହି ଦାବି ରହିଥିଲା କଳାହାଣ୍ଡି ବିଶ୍ଵବିଦ୍ୟାଳୟ କରିବା ପାଇଁ ।ଆଜି
ଏନେଇ ନିଷ୍ପତ୍ତି ନିଆଯାଇଛି ।ଏହା ସହ ଏହାର ଭିତିଭୁମି ଓ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ଖୁବଶୀଘ୍ର ଯୋଗାଇ ଦିଆଯିବ ।
Conclusion:ଏହା ସହ ୨୦୨୦ ଜୁନ୍ ୧ ତାରିଖରୁ ୟୁନିଭରସିଟ୍ ଭାବରେ ଶିକ୍ଷାବର୍ଷ ଆରମ୍ଭ କରିବ ।ଏଣିକି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଅଧିନରେ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ସମସ୍ତ କଲେଜ ରହିବେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.