ETV Bharat / state

କଟକଣା ମାନି ଦୀପାବଳି ପାଳିବାକୁ କଳାହାଣ୍ଡିବାସୀ ପ୍ରସ୍ତୁତ - ଦୀପାବଳି

ଦୀପାବଳି ପାଇଁ ବାଣ କିଣିବାକୁ ବଜାରରେ ଭିଡ । କଟକଣା ମାନି ଦୀପାବଳି ପାଳିବାକୁ କଳାହାଣ୍ଡିବାସୀ ପ୍ରସ୍ତୁତ । ଅଧିକ ପଢନ୍ତୁ...

କଟକଣା ମାନି ଦୀପାବଳି ପାଳିବାକୁ କଳାହାଣ୍ଡିବାସୀ ପ୍ରସ୍ତୁତ

author img

By

Published : Nov 4, 2021, 4:08 PM IST

ଭବାନୀପାଟଣା: ବାଣ ଫୁଟାଇବାକୁ ବାରଣ କରାଯିବା ପରେ କେବଳ ଦୀପ ଜାଳି ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଳାହାଣ୍ଡିବାସୀ । ତେଣୁ ମାଟିଦୀପ କିଣିବାକୁ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

କଟକଣା ମାନି ଦୀପାବଳି ପାଳିବାକୁ କଳାହାଣ୍ଡିବାସୀ ପ୍ରସ୍ତୁତ

ଯଦିଓ ପୂର୍ବବର୍ଷ ପରି ଲୋକଙ୍କ ଏତେଟା ଭିଡ଼ ଜମୁନାହିଁ ତଥାପି ଦୀପ ଦୋକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଏଥିସହ କାଉଁରିଆ କାଠି, ଆଖୁ ଓ ପୂଜା ପାଇଁ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ମଧ୍ୟ ବ୍ୟବସାୟ ହେଉଛି । ସେହିପରି ପୂର୍ବ ପ୍ରସ୍ତୁତିରୁ ହିଁ ଗତକାଲି(ବୁଧବାର) ଠାରୁ ଆଲୋକରେ ହାଟବଜାର ଝଲସୁ ଥିବାବେଳେ ନିରାଡ଼ମ୍ବରରେ ଦୀପାବଳି ପାଳନ ପାଇଁ ସଜବାଜ ହୋଇଛନ୍ତି ଲୋକେ ।

ପ୍ରତିବର୍ଷ କଳାହାଣ୍ଡିରେ ପ୍ରାୟ କୋଟିଏ ଟଙ୍କାର ବାଣ କାରବାର ହେଉଥିବାବେଳେ ଚଳିତବର୍ଷ ବନ୍ଦ ରହିଛି ବାଣ ବଜାର । ତଥାପି କୋରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ସ୍ୱାଗତ କରିଛନ୍ତି ଲୋକେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.