ETV Bharat / state

ରାତିପାହିଲେ ଛତରଯାତ୍ରା, କଟକଣା ଯୋଗୁଁ ନାହିଁ ଶ୍ରଦ୍ଧାଳୁଙ୍କ ଉତ୍ସାହ

ରାତିପାହିଲେ କଳାହାଣ୍ଡିର ଅଧୀଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତରଯାତ୍ରା । ହେଲେ ସମସ୍ତଙ୍କ ମନରେ ପୂର୍ବ ଭଳି ଆଉ ଉତ୍ସାହ ନାହିଁ । ଅଧିକ ପଢ଼ନ୍ତୁ...

ରାତିପାହିଲେ ଛତରଯାତ୍ରା, କଟକଣା ଯୋଗୁଁ ନାହିଁ ଶ୍ରଦ୍ଧାଳୁଙ୍କ ଉତ୍ସାହ
ରାତିପାହିଲେ ଛତରଯାତ୍ରା, କଟକଣା ଯୋଗୁଁ ନାହିଁ ଶ୍ରଦ୍ଧାଳୁଙ୍କ ଉତ୍ସାହ
author img

By

Published : Oct 12, 2021, 8:23 PM IST

ଭବାନୀପାଟଣା: ସୋନପୁର ଗଡଜାତର ଐତିହାସୀକ ବଳୀଯାତ୍ରାରେ ଲୋକବାଦ୍ୟ ଓ ଲୋକ ସଂଗୀତ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରି ଆସିଛି । ତାନ୍ତ୍ରୀକ ପଦ୍ଧତିରେ ଭିନ୍ନ ଭିନ୍ନ ପ୍ରକାରର ଯନ୍ତ୍ର ଓ ରହସ୍ୟମୟ ମନ୍ତ୍ରର ପ୍ରୟୋଗରେ ବଳିଯାତ୍ରା ପାଳନ କରାଯାଏ । ଆଉ ଏହି ପର୍ବରେ ଷୋହଳଭର୍ଣ୍ଣି ଢୋଲ ବାଦ୍ୟ ସାଂଗକୁ ମାଳେଶ୍ରୀ ଗୀତର ବ୍ୟବହାର ହୋଇଥାଏ ।

ରାତିପାହିଲେ ଛତରଯାତ୍ରା, କଟକଣା ଯୋଗୁଁ ନାହିଁ ଶ୍ରଦ୍ଧାଳୁଙ୍କ ଉତ୍ସାହ
ଦେବୀଙ୍କ ଜୟଗାନ କରି ମାଲେଶ୍ରୀ ରାଗର ମଧୂର ମୂର୍ଛନାର ତାଳେ ତାଳେ ଷୋହଳ ଭର୍ଣ୍ଣି ଢୋଲ ବାଦ୍ୟର ଗୁରୁଗମ୍ଭୀର ଧ୍ବନି ସାଂଗକୁ ଘଣ୍ଟି, ଘଣ୍ଟ, ଗିନିର ଗୁଂଜରଣରେ ବଳୀଦେହରେ ଦୈବୀ ଶକ୍ତି ପ୍ରକଟିତ ହୋଇଥାଏ ।ରାଜପୁରୋହିତ ବଳି ନାଭିମଣ୍ଡଳରେ ଅଲୌକିକ ଖଉଳମାଟିର ପ୍ରଲେପ କରି ଯନ୍ତ୍ରାଋଢ ବଳିକୁ ମନ୍ତ୍ରପୂତ କରିବା ପରେ ଦେବୀ ଆବିର୍ଭାବ ହୋଇଥାନ୍ତି । 36 ପାଟକ ବା ସଂପ୍ରଦାୟର ସେବାୟତ ଏହି ଯାତ୍ରାରେ ନିୟୋଜିତ ହୋଇଥିବା ବେଳେ ସେବାୟତମାନଙ୍କ ବୁବି ସହିତ ମାଲେଶ୍ରୀ ରାଗର ମଧୂର ମୂର୍ଛନା ତୋଳି ଗାୟନ ବଳୀ ପର୍ବ ପାଳନ କରାଯାଏ ।ଗାୟନ ବଳିରେ ମାଲେଶ୍ରୀ ରାଗର ଭଜନ ଜଣେ ସେବାୟତ ବଳୀର ଡାହାଣ କର୍ଣ୍ଣରେ ଗାଆନ୍ତି । ମାଲେଶ୍ରୀ ଭଜନ, ଗିନିର ଧ୍ୱନି ସହିତ ଢୋଳ ବାଦ୍ୟର ଷୋହଳଭର୍ଣ୍ଣୀ ବାଦ୍ୟର ଗୁରୁଗମ୍ଭିର ଧ୍ବନି ଏହି ଯାତ୍ରାରେ ଦେବୀ ଖମ୍ବେଶ୍ବରୀଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତମାନଙ୍କୁ ଟାଣି ଆଣେ । ତେବେ ପ୍ରାଚୀନ ମାଲେଶ୍ରୀ ରାଗର ଭଜନ ସହିତ ଖାଡି ପରେ ଖାଡି ଷୋହଳଭର୍ଣ୍ଣି ବାଦ୍ୟ ଏହି ଯାତ୍ରାକୁ ବେଶ ଆକର୍ଷଣୀୟ କରିଛି ବୋଲି ଗବେଷକମାନଙ୍କ ମତ ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.