ETV Bharat / state

ନିଲମ୍ବନ ପରେ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି - ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତରେ ସରକାରୀ ଅର୍ଥ ଆତ୍ମସାତ କରିବା ମାମଲାରେ ପିଇଓଙ୍କୁ ନିଲମ୍ବନ କରିଥିଲେ ଜିଲ୍ଲାପାଳ । ଏହାପରେ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରୁଥିବାବେଳେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ ।

ନିଲମ୍ବନ ପରେ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ
ନିଲମ୍ବନ ପରେ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ
author img

By

Published : Dec 28, 2022, 10:34 PM IST

ନିଲମ୍ବନ ପରେ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ

ଭବାନୀପାଟଣା: ସରକାରୀ ଅର୍ଥ ଆତ୍ମସାତ କରିବା ମାମଲାରେ ନିଲମ୍ବନ ପରେ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ । ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରୁଥିବାବେଳେ ଉଦ୍ଧାର କଲେ ପରିବାର ଲୋକେ । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଭିଜିଲାନ୍ସ ବିଭାଗର ଏକ ଟିମ୍‌ ମେଡିକାଲକୁ ଯାଇ ପିଇଓ ଦେବାନନ୍ଦ ସାଗରଙ୍କ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତରେ ନିର୍ବାହୀ ଅଧିକାରୀ ଭାବେ ଦେବାନନ୍ଦ ସାଗର ୪ ମାସ ପୂର୍ବରୁ ଯୋଗ ଦେଇଥିଲେ । ସେ ବ୍ୟାପକ ପରିମାଣର ସରକାରୀ ଅନୁଦାନ ରାଶି ହଡପ କରିଥିବା ନେଇ ଅଭିଯୋଗ କରିଥିଲେ ସେହି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ । ତେବେ ଏହି ଅଭିଯୋଗ ପ୍ରମାଣିତ ହେବାପରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡୀ ବୁଧବାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୦୪୩ ଅନୁଯାୟୀ, ସାଗରଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ସେ ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସରପଞ୍ଚ ଓ ସମିତିସଭ୍ୟଙ୍କ ଅଭିଯୋଗ ପରେ ଲାଞ୍ଜିଗଡ ଏବିଡିଓ ବିଭୁତିଭୂଷଣ ଶତପଥୀ, ଜିପିଇଓ ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରଶାସନିକ ତଦନ୍ତ ହୋଇସାରିଛି । ଏହି ରିପୋର୍ଟ ଆଧାରରେ ବ୍ଲକରେ ସରକାରୀ ଅନୁଦାନ ଚଳୁ କରିବା ଅଭିଯୋଗରେ ଦେବାନନ୍ଦଙ୍କୁ ନିଲମ୍ବନ କରାଯାଇଛି । ସେହିପରି ନିଲମ୍ବନ ସମୟ ମଧ୍ୟରେ ସେ ଭବାନୀପାଟଣା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ପଞ୍ଚାୟତ ଅନୁଦାନ ଆତ୍ମସାତ ମାମଲା, ନିଲମ୍ବିତ ହେଲେ ପାହାଡପଦର PEO

କାର୍ଯ୍ୟାନୁଷ୍ଠାନ ପରେ ପିଇଓ ଦେବାନନ୍ଦ ସାଗର ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଉଦ୍ଧାର କରିଛି ପରିବାର ଲୋକେ । ସୂଚନା ଅନୁଯାୟୀ , ଦେବାନନ୍ଦ ସାଗର ନିଜ ଗାଁ ଧର୍ମଗଡ଼ ଥାନା ଅନ୍ତର୍ଗତ ବିକ୍ରମଗୁଡା ଗାଁରେ ଥିବା ଘରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ସମୟରେ ପରିବାର ଲୋକେ ଦେଖି ଦେବାନନ୍ଦକୁ ଉଦ୍ଧାର କରିଥିଲେ । ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସେପଟେ ଭିଜିଲାନ୍ସ ବିଭାଗର ଏକ ଟିମ୍‌ ମେଡିକାଲକୁ ଯାଇ ଦେବାନନ୍ଦଙ୍କ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.