ETV Bharat / state

ଠକି ଦେଲା ସ୍ବାମୀ, ଅନ୍ୟ ପୁରୁଷ ସହ ସ୍ତ୍ରୀକୁ କରାଇଲା ବିବାହ - ସାତ ଜନ୍ମ ପାଇଁ କଥା ଦେଇ ଠକି ଦେଲା ସ୍ବାମୀ

ଦାଦନ ଖଟିବାକୁ ଯାଇ ସ୍ତ୍ରୀକୁ ଅନ୍ୟତ୍ର ବିବାହ କରାଇଦେଲା ସ୍ବାମୀ । ନିଜେ ବେଦୀରେ ଉପସ୍ଥିତ ରହି ସ୍ତ୍ରୀଙ୍କୁ ଅନ୍ୟ ଜଣେ ପୁରୁଷଙ୍କ ସହ ସ୍ବାମୀ ବିବାହ ଦେଇଥିବା ଖବର କଳାହାଣ୍ଡିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସାତ ଜନ୍ମ ପାଇଁ କଥା ଦେଇ ଠକି ଦେଲା ସ୍ବାମୀ
ସାତ ଜନ୍ମ ପାଇଁ କଥା ଦେଇ ଠକି ଦେଲା ସ୍ବାମୀ
author img

By

Published : Nov 13, 2022, 7:31 AM IST

ଭବାନୀପାଟଣା: ସାତ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲେ, ଜୀବନର କୌଣସି ପରିସ୍ଥିତିରେ ସାଥ ଛାଡିବେ ନାହିଁ ବୋଲି ମୁଣ୍ଡ ଛୁଇଁଥିଲେ, ସବୁ ବିପଦରେ ହାତ ଧରି ଚାଲୁଥିବି ବୋଲି ସ୍ତ୍ରୀକୁ କଥା ଦେଇଥିଲା ସ୍ବାମୀ । କିନ୍ତୁ ସେ ପ୍ରତିଶ୍ରୁତି ପାଣି ଫୋଟକା ପରି ପାଣିରେ ମିଳାଇଯାଇଛି । ଦାଦନ ଖଟିବାକୁ ଯାଇଥିବାବେଳେ ସ୍ତ୍ରୀକୁ ବିକ୍ରି କରି ଅନ୍ୟ ରାଜ୍ୟର ଜଣେ ପୁରୁଷ ସହ ବିବାହ କରାଇଦେଲା ସ୍ବାମୀ । ଏହି ଘଟଣା ଏବେ କଳାହାଣ୍ଡିର ନର୍ଲା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ମହିଳାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସମ୍ପୃକ୍ତ ସ୍ୱାମୀଙ୍କୁ ଅଟକ ରଖିଛି ।

ସାତ ଜନ୍ମ ପାଇଁ କଥା ଦେଇ ଠକି ଦେଲା ସ୍ବାମୀ

ଦାଦନ ଖଟିବାକୁ ଦିଲ୍ଲୀ ଯାଇଥିଲେ ସ୍ବାମୀ ସ୍ତ୍ରୀ

କଳାହାଣ୍ଡି ଜିଲ୍ଲା ମୁଣ୍ଡା ଗାର ସ୍ବାମୀ ସ୍ତ୍ରୀ କ୍ଷୀରା ବେରୁକ୍ ଓ ପୂର୍ଣ୍ଣମୀ ଭୋଇ । ଉଭୟ ଦାଦନ ଖଟିବାକୁ ଗତ ଅକ୍ଟୋବର ମାସ 30 ତାରିଖ ଦିନ ଦିଲ୍ଲୀ ଯାଇଥିଲେ । ସେଠାରେ ୨ ତାରିଖରେ ପହଞ୍ଚିବା ପରେ ସ୍ବାମୀ କ୍ଷୀରା ଜଣେ ବ୍ୟକ୍ତିଙ୍କ ହାତରେ ନିଜର ସ୍ତ୍ରୀ ପୂର୍ଣ୍ଣମୀ ଭୋଇଙ୍କୁ ବିବାହ କରିଦେଇଥିଲେ ।

ଅଭିଯୋଗ ପରେ ସ୍ବାମୀ ଅଟକ

ଏହାପରେ କ୍ଷୀରା ନିଜ ଘରକୁ ଚାଲି ଆସିଥିଲା । ଗତ ୫ ତାରିଖ ଦିନ ପୂର୍ଣ୍ଣିମା ଏ ବିଷୟରେ ବାପା କୁଳମଣି ଭୋଇଙ୍କୁ ଫୋନ୍ କରି ସବୁକଥା କହିଥିଲେ । ପରେ ପରେ ୬ ତାରିଖ ମଙ୍ଗବାର କୁଳମଣି ଭୋଇ ନିଜର ଜ୍ବାଇଁ କ୍ଷୀରାଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନର୍ଲା ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ କ୍ଷୀରାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

ସ୍ତ୍ରୀକୁ ଅନ୍ୟ ପୁରଷ ସହ ବିବାହ ଦେଲା ସ୍ବାମୀ

ତେବେ ବୈଦିକ ରୀତିନୀତିରେ ମହିଳାଙ୍କ ବିବାହ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ହୋଇଛି । ପୁଣି ଥରେ ନୂଆ ବୋହୂ ବେଶରେ ସଜେଇ ହୋଇ ମହିଳାଙ୍କୁ ବିବାହ ଦେଇଥିଲେ ସ୍ବାମୀ । ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ନିଜେ ବିବାହ ମଣ୍ଡପରେ ଉପସ୍ଥିତ ରହି ସ୍ତ୍ରୀକୁ ଅନ୍ୟ ପୁରୁଷ ସହ ବିବାହ ଦେଇଛନ୍ତି ସ୍ବାମୀ । କିନ୍ତୁ କେଉଁ କାରଣରୁ କ୍ଷୀରା ସ୍ତ୍ରୀକୁ ବିବାହ ଦେଲେ ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.