ETV Bharat / state

ଆନ୍ଦୋଳନରୁ ଓହରିବାକୁ ବାର୍‌ କାଉନ୍‌ସିଲ୍‌ ଇଣ୍ଡିଆର ନିର୍ଦ୍ଦେଶ, କଳାହାଣ୍ଡି ଓକିଲସଂଘର ସତ୍ୟାଗ୍ରହ - କଳାହାଣ୍ଡି ଖବର

ବିଭିନ୍ନ ସମୟରେ ଅଞ୍ଚଳର ବିକାଶ ହେଉ ଅବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ବା ଅନେକ ସମସ୍ୟାର ସମାଧାନ ପାଇଁ ଅଞ୍ଚଳର ଓକିଲ ସଂଘ ବା ବାର କାଉନସିଲ ସଦସ୍ୟମାନେ ଆଗକୁ ଆସି ସମର୍ଥନ ଦେବା ସହ ଆନ୍ଦୋଳନରେ ସାମିଲ ହେଉଛନ୍ତି । ହେଲେ ଏବେ ଆଉ ଆନ୍ଦୋଳନକୁ ଓହ୍ଲାଇ ପାରିବେ ନାହିଁ ବାର କାଉନସିଲର ସଦସ୍ୟ । ଅଧିକ ପଢ଼ନ୍ତୁ

ଭାରତୀୟ ବାରକାଉନସିଲର ନିର୍ଦ୍ଦେଶ ବିରୋଧରେ ଆନ୍ଦୋଳନ

author img

By

Published : Dec 13, 2022, 8:09 AM IST

ଆନ୍ଦୋଳନରୁ ଓହରିବାକୁ ବାର୍‌ କାଉନ୍‌ସିଲ୍‌ ଇଣ୍ଡିଆର ନିର୍ଦ୍ଦେଶ, କଳାହାଣ୍ଡି ଓକିଲସଂଘର ସତ୍ୟାଗ୍ରହ

ଭବାନୀପାଟଣା : ବିଭିନ୍ନ ସମୟରେ ଅଞ୍ଚଳର ବିକାଶ ହେଉ ଅବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ବା ଅନେକ ସମସ୍ୟାର ସମାଧାନ ପାଇଁ ଅଞ୍ଚଳର ଓକିଲ ସଂଘ ବା ବାର କାଉନସିଲ ସଦସ୍ୟମାନେ ଆଗକୁ ଆସି ସମର୍ଥନ ଦେବା ସହ ଆନ୍ଦୋଳନରେ ସାମିଲ ହୋଇଥାନ୍ତି । ହେଲେ ଏବେ ଆଉ ଆନ୍ଦୋଳନକୁ ଓହ୍ଲାଇ ପାରିବେ ନାହିଁ ବାର କାଉନସିଲ୍‌ ସଦସ୍ୟ । ଏନେଇ ଭାରତୀୟ ବାର୍‌ କାଉନସିଲ ଓ ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଯାହାକୁ ବିରୋଧ କରି ଆଜି ଜିଲ୍ଲା ବ୍ୟାପୀ ଓକିଲ ସଂଘମାନେ ସତ୍ୟାଗ୍ରହରେ ବସିଛନ୍ତି ।

ବାରମ୍ବାର ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ହେବା ଯୋଗୁଁ ଲୋକେ ନ୍ୟାୟ ପାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସର୍ବୋଚ୍ଚ ଅଦାଲତରେ ଏକ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି ଭାରତୀୟ ବାର୍‌ କାଉନ୍‌ସିଲ ଓ ରାଜ୍ୟ ବାର୍‌ କାଉନ୍‌ସିଲ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିର୍ଦ୍ଦେଶକୁ ଅବମାନନା କରି ଯଦି ଓକିଲ ସଂଘମାନେ ଆନ୍ଦୋଳନ କରିବେ ତେବେ ବାରକାଉନସିଲ ଅଫ ଇଣ୍ଡିଆ ଆନ୍ଦୋଳକାରୀ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିବ । ଆନ୍ଦୋଳନକାରୀ ଓକିଲଙ୍କ ରୋଜଗାରର ଉତ୍ସକୁ ବନ୍ଦ କରିଦିଆଯିବ । ଆନ୍ଦୋଳନ ଯୋଗୁଁ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି କୋର୍ଟ କହିଥିଲେ । ଏହାର ପ୍ରତିବାଦ କରି କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲାର ସମସ୍ତ କୋର୍ଟ ସମ୍ମୁଖରେ ଧାରଣା ଦିଆଯିବା ସହ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଭବାନୀପାଟଣା ଜିଲ୍ଲା କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.