ETV Bharat / state

ଖାଲଖମାରେ ଭର୍ତ୍ତି ଦେଢ କୋଟି ବ୍ୟୟରେ ନିର୍ମିତ ରାସ୍ତା ! - kalahandi road problem

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣ ହୋଇଥିବା ରାସ୍ତାକୁ ନେଇ ତେଜୁଛି ଅସନ୍ତୋଷ । ସମସ୍ୟା ସମାଧାନ ନ ହେଲେ ଆଗକୁ ଆନ୍ଦୋଳନ ଚେତବାନୀ ଦେଇଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ:

ଖାଲଖମାରେ ଭର୍ତ୍ତି ଦେଢ କୋଟି ବ୍ୟୟରେ ନିର୍ମିତ ରାସ୍ତା !

author img

By

Published : Mar 14, 2021, 3:00 PM IST

ଭବାନୀପାଟଣା: ଅଢେଇ କିମି ରାସ୍ତା ପାଇଁ ଦେଢ କୋଟି ଟଙ୍କାର ବ୍ୟୟବରା । ହେଲେ ରାସ୍ତା କଚ୍ଚା ଭର୍ତ୍ତି । ଗାଡି ତ ଦୂରର କଥା ପଥଚାରୀଙ୍କ ପାଇଁ ମଧ୍ୟ ମୁସକିଲ ହୋଇପଡୁଛି । ନିତିଦିନିଆ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି । ଆମେ କହୁଛୁ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣ ହୋଇଥିବା ରାସ୍ତା ।

ଖାଲଖମାରେ ଭର୍ତ୍ତି ଦେଢ କୋଟି ବ୍ୟୟରେ ନିର୍ମିତ ରାସ୍ତା !

ରାସ୍ତାର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା । ଅଢେଇ କିମି ରାସ୍ତାକୁ ଦେଢ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ଏଥିପାଇଁ ସଂଯୁକ୍ତା ଠିକାଦାର ନିର୍ମାଣ ଶେଷ ପରେ ୩ ବର୍ଷ ପାଇଁ କାର୍ଯ୍ୟରତ ତତ୍ତ୍ବାବଧାରକ ରହିଥିଲେ ।

ତେବେ ଗତ ବର୍ଷ କୋଭିଡ କଟକଣା ଯୋଗୁଁ ଉନ୍ନୟନମୂଳକ କାମ ବନ୍ଦ ରହିଥିବା ବେଳେ ସ୍ଥିତିରେ ସୁଧାର ଆସିବା ପରେ ମଧ୍ୟ ଏଯାଏଁ ଅଧାପନ୍ତରିଆ ହୋଇପଡି ରହିଛି । ସେପଟେ ସଡକ ନିର୍ମାଣ କାମ ଆରମ୍ଭ ହୋଇନଥିବା ବେଳେ ସମ୍ପୃକ୍ତ ଠିକା ସଂସ୍ଥାକୁ ବିଲ ପୈଠ ହୋଇଥିବା ଭଳି ସଙ୍ଗିନୀ ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଫଳରେ ରାସ୍ତା କାମରେ ଏବେ ଦୁର୍ନୀତି ବାରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ । ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ ନ ହୁଏ, ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.