ETV Bharat / state

ଗଞ୍ଜେଇ କରିଡର ପାଲଟିଛି କଳାହାଣ୍ଡି ଘାଟିରାସ୍ତା, ଉତ୍ତରପ୍ରଦେଶକୁ ହେଉଥିଲା ଚାଲାଣ

ଗଞ୍ଜେଇ ବେପାରର କରିଡରରେ ପରିଣତ ହେବାରେ ଲାଗିଛି କଳାହାଣ୍ଡି । ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଥିବା ମହୁଲପାଟଣା ଘାଟି ଅଞ୍ଚଳରୁ ଉତ୍ତରପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଅବକାରୀ ବିଭାଗ ପକ୍ଷରୁ ଚଢାଉ । ଅଧିକ ପଢନ୍ତୁ

ଗଞ୍ଜେଇ କରିଡର ପାଲଟିଛି କଳାହାଣ୍ଡି ଘାଟିରାସ୍ତା

author img

By

Published : Mar 16, 2022, 4:40 PM IST

ଭବାନୀପାଟଣା: ଗଞ୍ଜେଇ ବେପାରର କରିଡରରେ ପରିଣତ ହେବାରେ ଲାଗିଛି କଳାହାଣ୍ଡି । ପୋଲିସ ଆଖିରେ ଧୂଳି ଦେଇ ଅଭିନବ ଉପାୟରେ ସହର ଦେଇ ବିଭିନ୍ନ ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଛି । ଏଭଳି ଏକ ଗଞ୍ଜେଇ ଚାଲାଣବେଳେ ଚଢ଼ାଉ କରିଛି କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ।

ଗଞ୍ଜେଇ କରିଡର ପାଲଟିଛି କଳାହାଣ୍ଡି ଘାଟିରାସ୍ତା

ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଥିବା ମହୁଲପାଟଣା ଘାଟି ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏନେଇ ଖବର ପାଇ ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏକ ବୋଲେରୋକୁ ଜବତ କରିଛି ।

ତେବେ ଜବତ ଗଞ୍ଜେଇର ଆନୂମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧିକାରୀ ଅଧିକାରୀ ସୂଚନା ଦେଇଛନ୍ତି । କଳାହାଣ୍ଡି ଦେଇ ଯାଇଥିବା ଏନଏଚ ୨୬ ଏବେ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋରଧରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.