ETV Bharat / state

ସିଏ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କଲେ ସାଇନା

ସିଏ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କଲେ ସାଇନା । ସର୍ବଭାରତୀୟ ଚାର୍ଟେଡ ଆକାଉଣ୍ଟଟେଣ୍ଟ(ସିଏ) ଇଣ୍ଟରମିଡିଏଟ୍ (ନିଉ)ପରୀକ୍ଷାରେ ରାଜ୍ୟରେ ପ୍ରଥମ ଓ ଦେଶରେ ୧୨ତମ ସ୍ଥାନ ହାସଲ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Nov 21, 2021, 9:38 PM IST

ସିଏ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କଲେ ସାଇନା
ସିଏ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କଲେ ସାଇନା

ଭବାନୀପାଟଣା : ସିଏ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କଲେ ସାଇନା । ସର୍ବଭାରତୀୟ ଚାର୍ଟେଡ ଆକାଉଣ୍ଟଟେଣ୍ଟ(ସିଏ) ଇଣ୍ଟରମିଡିଏଟ୍ (ନିଉ)ପରୀକ୍ଷାରେ ରାଜ୍ୟରେ ପ୍ରଥମ ଓ ଦେଶରେ ୧୨ ତମ ସ୍ଥାନ ହାସଲ କରିଛନ୍ତି । କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି ଜୁନାଗଡ ସହରର ଝିଅ ସାଇନା ଅଗ୍ରୱାଲ । ସେ ସମୁଦାୟ ୮ଶହ ମାର୍କରୁ ୫୮୪ ନମ୍ବର ରଖି ଏହି ସ୍ଥାନ ହାସଲ କରିଛନ୍ତି ।

ତାଙ୍କର ଏହି ସଫଳତାକୁ ନେଇ ସାଇନାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ସାଇନା ଜୁନାଗଡ ସହରର ସୁନୀଲ ଅଗ୍ରୱାଲ ଓ ରୀନା ଅଗ୍ରୱାଲଙ୍କ ଝିଅ । ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୫୦ଜଣ ପରୀକ୍ଷାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ସାଇନାଙ୍କ ନାମ ରହିଛି । ପୂର୍ବରୁ ସାଇନା ସର୍ବଭାରତୀୟ ଚାଟେର୍ଡ ଆକାଉଣ୍ଟଟେଣ୍ଟ ଫାଉଣ୍ଡେସନ ପରୀକ୍ଷାରେ ଟପ୍ପର ହୋଇଥିଲେ । ସେତେବେଳେ ସେ ୪ଶହ ମାର୍କ ମଧ୍ୟରୁ ୩୬୫ ମାର୍କ ରଖି ସର୍ବଭାରତରେ ୧ନଂ ର‌୍ୟାଙ୍କରେ ରହିଥିଲେ ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.