ETV Bharat / state

ଶ୍ରମିକଙ୍କ ଟଙ୍କା ହେରଫେର ଅଭିଯୋଗରେ ବନ କାର୍ଯ୍ୟାଳୟ ଆଗରେ ଧାରଣା - କଳାହାଣ୍ଡି ଜଙ୍ଗଲ ସୁରକ୍ଷା ସମିତି

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଳ ସୁରକ୍ଷା ଯୋଜନାରେ କାର୍ଯ୍ୟ କରି ଶ୍ରମିକ ଟଙ୍କା ପାଇ ନଥିବା ଅଭିଯୋଗ । ଏଥିସହ ଆମପାଣି ବନପାଳ ଜଗନ୍ନାଥ ନାଗ ଶ୍ରମିକଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ବିଭିନ୍ନ ସମୟରେ ୬ଟି ବନ ସୂରକ୍ଷା ସମିତି ଓ ଶ୍ରମିକଙ୍କ ଅଭିଯୋଗ କରି ଆସୁଛନ୍ତି । ଅଧିକ ପଢନ୍ତୁ

ଶ୍ରମିକଙ୍କ ଟଙ୍କା ହେରଫେର ଅଭିଯୋଗରେ ବନ କାର୍ଯ୍ୟାଳୟ ଆଗରେ ଧାରଣା

author img

By

Published : Mar 23, 2022, 11:50 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଳ ସୁରକ୍ଷା ଯୋଜନାରେ କାର୍ଯ୍ୟ କରି ଶ୍ରମିକ ଟଙ୍କା ପାଇ ନଥିବା ଅଭିଯୋଗ । ଏଥିସହ ଆମପାଣି ବନପାଳ ଜଗନ୍ନାଥ ନାଗ ଶ୍ରମିକଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ବିଭିନ୍ନ ସମୟରେ ୬ଟି ବନ ସୂରକ୍ଷା ସମିତି ଓ ଶ୍ରମିକଙ୍କ ଅଭିଯୋଗ କରି ଆସୁଛନ୍ତି । ବନ ସୁରକ୍ଷା ସମିତି ପକ୍ଷରୁ ଆମପାଣି ସେକ୍ସନ ବନପାଳଙ୍କ ବିଭିନ୍ନ ଦୁର୍ନିତୀ ବିରୋଧରେ ସ୍ଥାନୀୟ ଧର୍ମଗଡ ରେଞ୍ଜ ଅଫିସର ଠାରୁ ଆରମ୍ଭ କରି ଆଞ୍ଚଳିକ ବନ ସଂରକ୍ଷକଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ବନପାଳଙ୍କ ବିରୋଧର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଶ୍ରମିକଙ୍କ ଟଙ୍କା ହେରଫେର ଅଭିଯୋଗରେ ବନ କାର୍ଯ୍ୟାଳୟ ଆଗରେ ଧାରଣା

ତେବେ ଏହାକୁ ନେଇ ବିରୋଧ କରି ଆଜି ଆମ ଜଙ୍ଗଲ ସୁରକ୍ଷା ସମିତି ପକ୍ଷରୁ ଶ୍ରମିକଙ୍କ ମଜୁରି ଦାବି ଓ ଫରେଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଫରେଷ୍ଟ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବନ ସୁରକ୍ଷା କମିଟି ଓ ଶ୍ରମିକ । ଧର୍ମଗଡ଼ ରେଞ୍ଜ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଆସନ୍ତା କାଲି ଏକ ବିଭାଗୀୟ ଟିମ ଆସି ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

କଳାହାଣ୍ଡିରୁ ଅଜିତ୍‌ କୁମାର ସିଂ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.