ଭବାନୀପାଟଣା: ବିଶ୍ବ ଦେଖିଲା କଳାହାଣ୍ଡି କଳା । ଘୁଡ଼କା, ବଜାଶାଳ, ଢାପ, ଘୁମୁରାରେ କମ୍ପିଲା ଜାପାନର ଟୋକିଓ ସହର । ଜାପାନରେ ପ୍ରଦର୍ଶିତ ହେଲା କଳାହାଣ୍ଡିର ଲୋକ ସଂସ୍କୃତି ଓ ପରମ୍ପରା । ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର କଲା ସଂସ୍କୃତି ବେଶ ନିଆରା । ସେ ବଜାଶାଲ ବାଦ୍ୟର କଥା ହେଉ କି ବିରବାଦ୍ୟ ଘୁମୁରା ସବୁଥିରେ ଭରି ରହିଛି ସଂସ୍କୃତି ଓ ପରମ୍ପରା । ଆଉ ଏହି ଲୋକ ସଂସ୍କୃତି ଏବେ ବିଶ୍ୱ ଦରବାରରେ ପ୍ରଦର୍ଶିତ ହୋଇଛି । ଜାପାନରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇଛି କଳାହାଣ୍ଡି ଲୋକ ସଂସ୍କୃତି ଓ ପରମ୍ପରା ।
ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ନେଇ ପରିଚିତ କଳାହାଣ୍ଡି ଜିଲ୍ଲା । ଆଧୁନିକତାର ଚାକଚକ୍ୟରେ ବି ଲୁଚି ପାରି ନାହିଁ ଘୁମୁରାର ଘୁମୁଘୁମୁ ନାଦ ସହ ରସରକେଳି ମାଏଲାଜଡ଼ । ନା ହଜିଛି ବନା ବାଡିର ପରମ୍ପରା, ମହାବୀର ଅନୁଷ୍ଠାନର କଳାକାର ନିଜ କଳାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିଥିବା ବେଳେ ଏବେ ପୁଣି ଥରେ ଜାପାନରେ ନିଜ କଳାକୁ ପ୍ରଦର୍ଶତ କରି ସାଉଁଟିଛନ୍ତି ପ୍ରଶଂସା । ଭବାନୀପାଟଣା ସହରସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନର ଏକ ୧୧ ଜଣିଆ ସାଂସ୍କୃତିକ ଦଳ ଜାପାନ ଗସ୍ତରେ ଯାଇଛନ୍ତି । ଟୋକିଓରେ ଥିବା ଭାରତୀୟ ଦୂତାବାସରେ ଭାରତର ଜି- ୨୦ କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତୀୟ ଲୋକନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏହା ବି ପଢନ୍ତୁ...ଉତ୍କଳ ବିଶ୍ବବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ପରାମର୍ଶ, ଦୁର୍ବଳତା ଚିହ୍ନଟ କର
ଏଥିରେ ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ କଳାକାରଙ୍କ ଦ୍ଵାରା ଘୁଡ଼କା, ବଜାଶାଲ, ଢାପ, ଘୁମୁରା, ଚୁଟ୍କୁଚୁଟା ଓ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସି.ବି. ଜର୍ଜ ଓ ଭାରତୀୟ ସାଂସ୍କୃତିକ ପରିଷଦର ନିର୍ଦ୍ଦେଶକ କନୀକା ଅଗ୍ରୱାଲ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୁଶାନ୍ତ ସିଂ, ପ୍ରଦୀପ ସିଂ, ବିଷ୍ଣୁ ପ୍ରଧାନ, କ୍ଷୀରସିନ୍ଧୁ ନାଏକ, ଧୀରେନ୍ଦ୍ର ପୋଢ଼, ଟିଙ୍କୁ ମାଝୀ, ଆଶ୍ବାସନା ପଟ୍ଟନାୟକ, ନିହାରିକା ନାଏକ, ସତାବ୍ଦୀ ନାଏକ, ପାୟଲ ବେହେରା ପ୍ରମୁଖ ସାମିଲ ଥିଲେ ।
ଦଳର ଲିଆସିନ ଅଫିସର ଭାବରେ ସଞ୍ଜୟ କୁମାର ଏହି ଟିମରେ ଅଛନ୍ତି । ସେହିଭଳି ଜାପାନର କ୍ୟୁଟୋରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଦେବୀ ପ୍ରସାଦ ମିଶ୍ର, କନସୁଲେଟ ଜେନେରାଲ ଅଫଇଣ୍ଡିଆ ନିଖିଲେଶ ଜୀ. ଯୋଗ ଦେଇଥିଲେ ।
ଇଟିଭି ଭାରତ, କଳାହାଣ୍ଡି