ETV Bharat / state

ପରିବା ଚାଷ ଦେଇଛି ପରିଚୟ, ଅଧିକ ଚାଷ ପାଇଁ ସରକାରୀ ସହାୟତା ଅପେକ୍ଷାରେ ଚାଷୀ - କଳାହାଣ୍ଡିର ଚାଷୀ ଯୁଧିଷ୍ଠିର ମାଝୀ

ପନିପରିବା ଚାଷ କରି ଚର୍ଚ୍ଚାରେ କଳାହାଣ୍ଡିର ଚାଷୀ ଯୁଧିଷ୍ଠିର ମାଝୀ । ଯୁଧିଷ୍ଠିରଙ୍କ ସଫଳ ଚାଷକୁ ନେଇ ଖୋଦ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିଜ ଫେସବୁକ୍‌ରେ ପୃଷ୍ଠାରେ ପୋଷ୍ଟ କରିଛନ୍ତି । ଅଧିକ ପଢ଼ନ୍ତୁ

ପରିବା ଚାଷ ଦେଇଛି ପରିଚୟ
ପରିବା ଚାଷ ଦେଇଛି ପରିଚୟ
author img

By

Published : Apr 10, 2023, 7:49 AM IST

ପରିବା ଚାଷ ଦେଇଛି ପରିଚୟ

ଭବାନୀପାଟଣା: ପନିପରିବା ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଚାଷୀ । ଏପରିକି ତାଙ୍କ ସଫଳ ଚାଷକୁ ନେଇ ନିଜେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିଜ ଫେସବୁକ୍‌ରେ ପୃଷ୍ଠାରେ ପୋଷ୍ଟ କରିଛନ୍ତି । ଏହି ସଫଳ ଚାଷୀ ଜଣକ ହେଉଛନ୍ତି, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅଧିନ ଚାରଭାଟି ପଞ୍ଚାୟତ ଅନ୍ତର୍ଗତ କାଦୋପଦର ଗ୍ରାମର ଯୁଧିଷ୍ଠିର ମାଝୀ ।

ଯୁଧିଷ୍ଠିରଙ୍କର ୫ ଏକର ଚାଷ ଜମି ରହିଥିବା ବେଳେ ଖରା ଦିନରେ ସେଠାକୁ ପାଣି ଯାଇ ନପାରିବାରୁ ଶୁଖିଲା ପଡି ରହୁଥିଲା । ଏହାପରେ ସେ ଲୁଥେରାନ୍ସ ସଂସ୍ଥାର ସହାୟତା କ୍ରମେ ଏକ ବଡ କୂଅ ଖୋଳି ପନିପରିବା ଚାଷ ଆରମ୍ଭ କରିଥିଲେ । ପ୍ରଥମେ ସେ କମ ପରିମାଣର ପନିପରିବା ଚାଷ କରୁଥିଲେ । ତେବେ ସେଥିରେ ସେ ସଫଳ ହେବା ସହ ଅଧିକ ଉପାର୍ଜନ କରିବା ପରେ ତାଙ୍କ ମନୋବଳ ବଢିଥିଲା । ଏହାପରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ଆରମ୍ଭ କରିଥିଲେ ଯୁଧିଷ୍ଠିର । ଗତ କିଛିଦିନ ତଳେ ସେ ନିଜ ଚାଷ ଜମିରୁ ଟମାଟୋ, ବାଇଗଣ ଓ ଫୁଲକୋବି ଭଳି ସବୁଜ ପରିବା ଅମଳ କରି ଏହାକୁ ବଜାରରେ ବିକ୍ରି କରି ବେଶ ଲାଭ ପାଇଥିଲେ । ଏବେ ତାଙ୍କ ଚାଷ ଜମିରେ ପିଆଜ, ସୂର୍ଯ୍ୟମୁଖୀ, ଆଖୁ, କୁମୁଡା ଆଦି ଚାଷ କରିଛନ୍ତି ।

ସେହିପରି ପ୍ରଥମ କରି ଚଳିତ ବର୍ଷ ୧୦ ଡିସିମିଲ ଜମିରେ ସେ ଆଳୁଚାଷ କରିଥିଲେ । ଏଥିପାଇଁ ସେ ମାତ୍ର ୧ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଏହାର ଅଢେଇ ମାସ ପରେ ଏବେ ସେହି ୧୦ ଡିସମିଲରୁ ସାଢେ ଚାରି କ୍ବିଣ୍ଟାଲ ଆଳୁ ଅମଳ କରିଛନ୍ତି । ଏହି ଆଳୁ ଚାଷରେ ଯୁଧିଷ୍ଠିରଙ୍କର ୫ ଗୁଣା ଲାଭ ହୋଇଛି । ଯାହାକି ତାଙ୍କୁ ଆହୁରି ଉତ୍ସାହିତ କରିଛି । ଆସନ୍ତାବର୍ଷ ସେ ଗୋଟିଏ ଏକର ଜମିରେ ଆଳୁ ଚାଷ କରିବେ ବୋଲି ପ୍ରକାଶ କରିଛନ୍ତି । ପନିପରିବା ଚାଷରେ ତାଙ୍କ ସ୍ତ୍ରୀ ପ୍ରେମିଶୀଳା ସହାୟତା କରିଥାନ୍ତି । ଖରାଦିନେ ବଡ କୂଅରୁ ପାଣି ଶୁଖି ଯାଉଥିବା ବେଳେ ଚାଷ କାମରେ ବାଧା ସୃଷ୍ଟି ହେଉଛି । ତେଣୁ ସୋଲାର ପମ୍ପ ପ୍ରଦାନ କରାଗଲେ ଆହୁରି ପନିପରିବା ଚାଷ କରି ଉପକୃତ ହୋଇପାରନ୍ତେ ବୋଲି ଯୁଧିଷ୍ଠିର ପ୍ରକାଶ କରିଛନ୍ତି । ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.