ଭବାନୀପାଟଣା: କ୍ୟାରିଅରରେ ୩୦ ହଜାର ମହିଳାଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ରେକର୍ଡ କଲେ ଧର୍ମଗଡ଼ ସରକାରୀ ଚିକିତ୍ସାଲୟର ଡାକ୍ତର ସଦାନନ୍ଦ ପାଣିଗ୍ରାହୀ । ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ନିଜର ୨୬ ବର୍ଷ ଚାକିରୀକାଳରେ ସଫଳ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି "ଇଣ୍ଡିଆ ବୁକ ଅଫ ରେକର୍ଡ୍ସ"ରେ ସ୍ଥାନ ପାଇଛନ୍ତି ।

ରୋଗୀସେବା ମନୋବୃତ୍ତି ଯୋଗୁଁ ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ ହୋଇଛନ୍ତି ଡାକ୍ତର ସଦାନନ୍ଦ ପାଣିଗ୍ରାହୀ । ୨୦୧୪ ମସିହାରେ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସଦାନନ୍ଦ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଡାକ୍ତରଙ୍କ ବଦାନ୍ୟତା ଯୋଗୁଁ ତାଙ୍କୁ ନୂଆଦିଲ୍ଲୀରେ ଇଣ୍ଡିଆ ଇଣ୍ଟରନ୍ୟାସ୍ନାଲ ଫ୍ରେଣ୍ଡସିପ୍ ସୋସାଇଟି ପକ୍ଷରୁ ଭାରତ ଜ୍ୟୋତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଡାକ୍ତର ସଦାନନ୍ଦ ପାଣିଗ୍ରାହୀଙ୍କ ଏଭଳି ସଫଳତା ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।