ETV Bharat / state

kalahandi Foundation Day: 20ବର୍ଷରେ କେତେ ଆଗେଇଛି ‘ଗରିବୀ ଗବେଷଣାଗାର’ ? ବଦଳିବ କି କଳାହାଣ୍ଡିର ଭାଗ୍ୟ - Development of Kalahandi by Odisha Government

ଦୀର୍ଘ ୨୦ ବର୍ଷ ପରେ ଆଜିର କଳାହାଣ୍ଡି ପୂର୍ବର କଳାହାଣ୍ଡି ଭିତରେ ରହିଛି ଆକାଶ ପାତାଳର ଫରକ । ଗୋଟିଏ ପରେ ଗୋଟିଏ ବିକାଶ ଟ୍ରାକ ରେକର୍ଡ ଭାଙ୍ଗିବାରେ ଲାଗିଛି କଳାହାଣ୍ଡି । ଶିକ୍ଷା , ସ୍ୱାସ୍ଥ୍ୟ ଗମନାଗମନ ଓ କୃଷି କ୍ଷେତ୍ରରେ ହୋଇଛି ବୈପ୍ଲବିକ ପରିବର୍ତ୍ତନ । ଦେଖନ୍ତୁ ଏହି ରିପୋର୍ଟ

ବିକାଶର ପଥେ କଳାହାଣ୍ଡି
ବିକାଶର ପଥେ କଳାହାଣ୍ଡି
author img

By ETV Bharat Odisha Team

Published : Oct 28, 2023, 8:48 PM IST

Updated : Oct 29, 2023, 12:40 PM IST

20ବର୍ଷରେ କେତେ ଆଗେଇଛି ‘ଗରିବୀ ଗବେଷଣାଗାର’

କଳାହାଣ୍ଡି: ବିକାଶର ଦୌଡ଼ରେ କଳାହାଣ୍ଡି । ଧିରେ ଧିରେ ଉନ୍ନତି ଆଡକୁ ପାଦ ଥାପୁଛି । ପ୍ରଗତି ପଥରେ ଆଗେଇ ଚାଲିଥିବା କଳାହାଣ୍ଡି ଆସନ୍ତା ନଭେମ୍ବର 1 ତାରିଖ ପାଳିବାକୁ ଯାଉଛି ଜିଲ୍ଲାର ପ୍ରତିଷ୍ଠା ଦିବସ । ଏହି ଅବସରରେ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରସ୍ତ କରି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ । 1949 ମସିହାରେ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ହୋଇଥିଲା ।

ରାଜ୍ୟ ସରକାରଙ୍କ ବିକାଶର ନୀଳ ନକ୍ସାରେ ଯୋଡ଼ି ହେଉଛି କଳାହାଣ୍ଡି । ଭୋକର ଭୂଗୋଳରୁ ସବୁଜ ସଫଳର ଯାତ୍ରାକୁ ଅତିକ୍ରମ କରିପାରିଛି ଜିଲ୍ଲା । ଯେଉଁ ଜିଲ୍ଲାର ଦୁର୍ନାମର କଥା ଶୁଣି ଅନେକ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ହୋଇ ଆସୁଥିଲା । ଗରିବୀର ଗବେଷଣା କରିବା ପାଇଁ ବଡ ବଡ ଲେଖକ ଓ ସାମ୍ବାଦିକଙ୍କ ପାଇଁ ଗବେଷଣାଗାର ଥିଲା । ଏବେ ଦୀର୍ଘ ୨୦ ବର୍ଷ ପରେ ଆଜିର କଳାହାଣ୍ଡି ପୂର୍ବର କଳାହାଣ୍ଡି ଭିତରେ ରହିଛି ଆକାଶ ପାତାଳର ଫରକ । ଗୋଟିଏ ପରେ ଗୋଟିଏ ବିକାଶ ଟ୍ରାକ ରେକର୍ଡ ଭାଙ୍ଗିବାରେ ଲାଗିଛି କଳାହାଣ୍ଡି । ଶିକ୍ଷା , ସ୍ୱାସ୍ଥ୍ୟ ଗମନାଗମନ ଓ କୃଷି କ୍ଷେତ୍ରରେ ହୋଇଛି ବୈପ୍ଲବିକ ପରିବର୍ତ୍ତନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ନକ୍ସାରେ କଳାହାଣ୍ଡି ଯୋଡ଼ି ହେବା ପରେ ଏହା ଶିକ୍ଷାର ଏକ ହବ ହେଇ ପାରିଛି । ବିଶ୍ବବିଦ୍ୟାଳୟ, ଇଞ୍ଜିନୟରିଙ୍ଗ୍ କଲେଜ, ପଲି ଟେକ୍ନିକ କଲେଜ, କୃଷି ବିଦ୍ୟାଳୟ ଆଉ ଏବେ ମେଡିକାଲ କଲେଜ୍ ନିର୍ମାଣ କରି ଶିକ୍ଷା କ୍ଷେତ୍ରକୁ ଏକ ନୂତନ ଦିଶା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ଶିକ୍ଷା ନୁହେଁ ବରଂ କୃଷି କ୍ଷେତ୍ରରେ ମଧ୍ୟ ଅନେକ ବିକାଶ ହୋଇଛି । ଜିଲ୍ଲାର ଲାଇଫ ଲାଇନ୍ କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାରରୁ କେସିଙ୍ଗା ପର୍ଯ୍ୟନ୍ତ ଜଳ ଯୋଗାଣ, ମଙ୍ଗଳପୁର ଠାରେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଓ ମଦନପୁର ରାମୁରରରେ ନିର୍ମାଣଧିନ ରାହୁଲ ଉତେଇ ପ୍ରକଳ୍ପ ସମେତ ରେତ ଜଳ ସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି।

ଏହା ମଧ୍ୟ ପଢ଼ନ୍ତୁ.....ଜିଲ୍ଲାରେ ନୂଆ ରେଳ ଲାଇନ ସଂଯୋଗ ଦାବି, ରେଳମନ୍ତ୍ରୀଙ୍କୁ ଭେଟିଲା କଳାହାଣ୍ଡି ବିକାଶ ପରିଷଦ

ସେହିଭଳି ଗମନାଗମନ କ୍ଷେତ୍ରରେ ମଧ୍ୟ ଆଗରେ ରହିଛି କଳାହାଣ୍ଡି । ସମସ୍ତ ଗାଁକୁ ବିଜୁ ସଡ଼କ ଯୋଜନା ପହଞ୍ଚି ସାରିଥିବା ବେଳେ କୋକସରା, ଧର୍ମଗଡ ଓ ଗୋଲାମୁଣ୍ଡା ବ୍ଲକ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ଏହି ଜିଲ୍ଲାକୁ ବିକାଶ ରାସ୍ତାରେ ଆଗେଇ ନେଇଛି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଉତ୍କେଲା ବିମାନ ବନ୍ଦରକୁ ପୁନଃ କାର୍ଯ୍ୟକ୍ଷମ କରି ସିଧା ସଳଖ କଳାହାଣ୍ଡିରୁ ଭୁନେଶ୍ବରକୁ ବିମାନ ସେବା ଆରମ୍ଭ ହୋଇଛି । ଯାହା ଜିଲ୍ଲାର ଆର୍ଥିକ ଓ ସାମାଜିକ ବିକାଶ କ୍ଷେତ୍ରରେ ଅନେକ ସହାୟତା ହୋଇ ପାରିଛି । ସେପଟେ ଆସନ୍ତା ନଭେମ୍ବର ୧ ତାରିଖ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗ୍ରସ୍ତ ରହିଥିବାରୁ ଏହାକୁ ନେଇ ଉତ୍ସାହିତ ଜିଲ୍ଲାବାସୀ । ନଭେମ୍ବର ୧ ତାରିଖ କଳାହାଣ୍ଡିବାସୀଙ୍କ ପାଇଁ ମେଡିକାଲ କଲେଜ ଓ ଭବାନୀପାଟଣାର ବସ ଟର୍ମିନାଲ ସହ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରି କଳାହାଣ୍ଡିବାସୀଙ୍କୁ ଭେଟି ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Oct 29, 2023, 12:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.