ETV Bharat / state

Rahul Gandhi Disqualified: କଂଗ୍ରେସର ଅଭିଯୋଗ, ଷଡଯନ୍ତ୍ର କରି ସଦସ୍ୟତା ରଦ୍ଦ କରିଛି ବିଜେପି

ବିଜେପି ଉପରେ ବର୍ଷିଲା କଂଗ୍ରେସ । କେନ୍ଦ୍ର ସରକାର ଷଡଯନ୍ତ୍ର କରି ସଦସ୍ୟତା ରଦ୍ଦ କରିଥିବା ଅଭିଯୋଗ କଲା କଂଗ୍ରେସ । କେନ୍ଦ୍ର ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବସିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

author img

By

Published : Mar 26, 2023, 3:57 PM IST

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ତେଜିଲା କଂଗ୍ରେସ

ଭବାନୀପାଟଣା: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ଯରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହାରି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ବିଜେପି ସରକାର ବିରୋଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଦେଖିବାକୁ ମିଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।

କେନ୍ଦ୍ର ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବସିଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଛି । କେନ୍ଦ୍ର ସରକାର ମନମୁଖୀ ଶାସନ କରି ନିଜ ବିରୋଧୀଙ୍କୁ ହଇରାଣ କରିବାକୁ ଏପରି କାର୍ଯ୍ୟ କରିଥିବା କଂଗ୍ରେସ ଅଭିଯୋଗ କରିଛି । ଲୋକସଭା ବାଚସ୍ପତି ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିବା ପରେ ସାରା ଦେଶରେ କଂଗ୍ରେସ ଆକ୍ରମଣାତ୍ମକ ହୋଇଥିବା ଦେଖିବାକୁ ମିଳିଛି । ତେବେ କଂଗ୍ରେସ କହିଛି, "ଯେତେବେଳେ ହାଇକୋର୍ଟ ୩୦ ଦିନ ପାଇଁ ନୋଟିସ ପିରିୟଡ ରଖିଛନ୍ତି, ଯାହା ଜେଲ ଦଣ୍ଡକୁ ମଧ୍ୟ ଖାରଜ କରିପାରନ୍ତି ।

ତେବେ ଏହାରି ମଧ୍ୟରେ କେନ୍ଦ୍ର ସରକାର ଯୋଜନାବଦ୍ଧ ଭାବେ ଲୋକସଭା ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରାଇବା ଏକ ନିନ୍ଦନୀୟ କାର୍ଯ୍ୟ । ଲୋକସଭା ସଚିବାଳୟ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ । ଏଥିପାଇଁ ରାଷ୍ଟ୍ରପତି, ନିର୍ବାଚନ ଆୟୋଗଙ୍କ ପରାମର୍ଶ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡିଥାଏ । ଯାହା କେନ୍ଦ୍ର ସରକାର କରିନାହିଁ । ତେବେ ଏହି ପରିପ୍ରେକ୍ଷୀରେ କିଭଳି ଭାବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଖାରଜ କରିଛନ୍ତି ଲୋକସଭା ସଚିବାଳୟ ତାହା ଏକ ପ୍ରଶ୍ନବାଚୀ, କାହାର ଇସାରାରେ ଗଣତନ୍ତ୍ର କାର୍ଯ୍ଯ କରିଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଦେଶରେ ଏକଛତ୍ରବାଦ ଶାସନ ଚାଲିଥିବା ଅଭିଯୋଗ କରିଛି କଳାହାଣ୍ଡି ଜିଲ୍ଲା କଂଗ୍ରେସ । ସରକାରଙ୍କ ମନମୁଖୀ ଶାସନ ବିରୁଦ୍ଧରେ ଆଗାମୀ ଦିନରେ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ କହିଛନ୍ତି ।

ସୂଚନା ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତାକୁ ରଦ୍ଦ କରିଛନ୍ତି ଲୋକସଭା ବାଚସ୍ପତି । ସୁରଟ ସେସନ କୋର୍ଟ 'ମୋଦି' ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ଗୁରୁବାର ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ପରେ ଲୋକସଭା ବାଚସ୍ପତି ଏହି ପଦକ୍ଷେପ ନେଇଛନ୍ତି ।

ରାହୁଲ ଗାନ୍ଧୀ ୨୦୧୯ ମସିହାର ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେବା ଯୋଗୁଁ ଲୋକସଭା ସଦସ୍ୟତା ହରାଇଛନ୍ତି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜନପ୍ରତିନିଧି ଆଇନର ଧାରା ୧୦୨( ୧)(G)ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାହୁଲ ଗାନ୍ଧୀ ୨୩ ମାର୍ଚ୍ଚ ଠାରୁ ଆଉ ଲୋକସଭା ସଦସ୍ୟ ରହି ପାରିବେ ନାହିଁ । କେରଳର ୱାୟନାଡ ସଂସଦୀୟ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.