ETV Bharat / state

କଳାହାଣ୍ଡି ବସ କର୍ମଚାରୀଙ୍କ କଷ୍ଟ ବଢାଇଛି କୋରୋନା କଟକଣା

କୋରୋନା କଟକଣା ଯୋଗୁଁ ଠପ ହୋଇଯାଇଛି ସାଧାରଣ ଜୀବନଯାତ୍ରା । ବସ ଚାଲୁନଥିବାରୁ ଦୁଃଖରେ କଟୁଛି କଳାହାଣ୍ଡି ବସ କର୍ମଚାରୀଙ୍କ ଦିନ । ଏଭଳି ପରିସ୍ଥିତିରେ କର୍ମଚାରୀଙ୍କୁ ଦରମା ଦେବା ଆଦୌ ସମ୍ଭବ ନୁହେଁ ବୋଲି ସଫା ସଫା କହିଦେଇଛନ୍ତି ବସ ମାଲିକ । ଅଧିକ ପଢନ୍ତୁ...

କଳାହାଣ୍ଡି ବସ କର୍ମଚାରୀଙ୍କ କଷ୍ଟ ବଢାଇଛି କୋରୋନା କଟକଣା
କଳାହାଣ୍ଡି ବସ କର୍ମଚାରୀଙ୍କ କଷ୍ଟ ବଢାଇଛି କୋରୋନା କଟକଣା
author img

By

Published : Jun 7, 2020, 3:12 PM IST

ଭବାନୀପାଟଣା: ମହାମାରୀ କୋରୋନା ସଂକ୍ରମଣ ରୋକିବାକୁ କେଉଁଠି ଲକଡାଉନ ତ ଆଉ କେଉଁଠି ଲାଗୁ ହୋଇଛି ସଟଡାଉନ । ଯଦିଓ କଟକଣା କିଛି ମାତ୍ରାରେ କୋହଳ ହୋଇଛି, ତଥାପି ସ୍ବାଭାବିକ ହୋଇପାରିନାହଁ ସାଧାରଣ ଜୀବନ ଯାତ୍ରା । ଫଳରେ ଅଟକି ରହିଛି ରାଜ୍ୟର ହଜାର ହଜାର ବସ, ଯାହାକି ବସ ମାଲିକ ଓ କର୍ମଚାରୀଙ୍କ କଷ୍ଟକୁ ବଢାଇଦେଇଛି ।

କଳାହାଣ୍ଡି ବସ କର୍ମଚାରୀଙ୍କ କଷ୍ଟ ବଢାଇଛି କୋରୋନା କଟକଣା

କୋରୋନା ସଂକ୍ରମଣ ଯୋଗୁ ବସ ଯାତାୟାତ କରିପାରୁ ନଥିବାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ରାଜ୍ୟରେ କାର୍ଯ୍ୟରତ ଅନେକ ବସ କର୍ମଚାରୀ। ମାଲିକ ଆଉ ସରକାରଙ୍କ ଭିତରେ ଆଲୋଚନା ବି ଏଯାଏଁ ଫଳପ୍ରଦ ହୋଇପାରିନି । ସବୁବେଳେ ଚଳଚଞ୍ଚଳ ରହୁଥିବା କଳାହାଣ୍ଡି ଜିଲ୍ଲା ମୁଖ୍ୟ ବସଷ୍ଠାଣ୍ଡ ଏବେ ଖାଁଖାଁ ଲାଗୁଛି । ଗତ ମାର୍ଚ୍ଚ ୨୪ରୁ ଆଜି ପର୍ଯ୍ୟନ୍ତ କୌଣସି ବସ ଚାଲୁନାହିଁ । ଏପରିସ୍ଥିତିରେ ପରିବାର କେମିତି ଚଳାଇବେ, ଏନେଇ ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲ୍ପରଙ୍କ ଚିନ୍ତା ବଢିଯାଇଛି । ଗୋଟିଏ ପଟେ ଗାଡି ଚାଲୁନଥିବାରୁ ମାଲିକ ସଙ୍ଘ ହାତ ଟେକି ଦେଇଥିବାବେଳେ ସରକାର ମଧ୍ୟ କର୍ମଚାରୀଙ୍କୁ ଆଡ଼ ଆଖିରେ ଚାହୁଁ ନାହାନ୍ତି । ସ୍ଥିତି ଏଭଳି ହେଲାଣି ଯେ ଦିନ କେଇଟା ପରେ ହୁଏତ ଏମାନଙ୍କ ପରିବାର ଭୋକ ଉପବାସରେ ଦିନ କାଟିବା ପ୍ରାୟତଃ ନିଶ୍ଚିତ ।

ଜିଲ୍ଲାର ବିଭିନ୍ନ ବସଷ୍ଟାଣ୍ଡରେ ଏମିତି ଧାଡି ଧାଡି ହୋଇ ଛିଡା ହୋଇଛି ଶହ ଶହ ବସ । ଡ୍ରାଇଭର ସବୁ ଗାଁକୁ ପଳାଇ ଯାଇଥିବା ବେଳେ କିଛି କିଛି ହେଲ୍ପର ଗାଡି ଜଗି ରହିଛନ୍ତି । ଏଣେ ବସ ଚାଲୁନଥିବାରୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ବସ ମାଲିକ । ଆଗକୁ କେମିତି ଟ୍ୟାକ୍ସ ଓ ଇନସୁକାନ୍ସ ଦାଖଲ କରିବେ ସେ ଚିନ୍ତା ମଧ୍ୟ ଘାରିଛି। ଏଣୁ ଏଭଳି ପରିସ୍ଥିତିରେ କର୍ମଚାରୀଙ୍କୁ ଦରମା ଦେବା ସେମାନଙ୍କ ପକ୍ଷେ ଆଦୌ ସମ୍ଭବ ନୁହେଁ ବୋଲି ସଫା ସଫା କହିଦେଇଛନ୍ତି ବସ ମାଲିକ ।

କଳାହାଣ୍ଡିରୁ ଆଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.