ETV Bharat / state

ଅପହଞ୍ଚ ଇଲାକାରେ ମିଳିବ ବ୍ୟାଙ୍କ ସେବା, କ୍ୟାବିନେଟ ନିଷ୍ପତ୍ତି ପରେ ଜୁନାଗଡ଼ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ - ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚିବ ବ୍ୟାଙ୍କିଙ୍ଗ ସେବା

ସିଏସସି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚିବ ବ୍ୟାଙ୍କିଙ୍ଗ ସେବା । ଅଧିକ ପଢନ୍ତୁ

csp plus banking outlets
csp plus banking outlets
author img

By

Published : Aug 12, 2023, 11:28 AM IST

csp plus banking outlets

ଭାବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦୂର ହେବ ବ୍ୟାଙ୍କିଙ୍ଗ ସମସ୍ୟା । ପ୍ରତ୍ୟେକ ପଞ୍ଚାୟତରେ ଖୋଲିବ ରାଜ୍ୟ ସରକାରଙ୍କ ବ୍ୟାଙ୍କିଙ୍ଗ ସେବା । ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ତାଙ୍କର ବ୍ୟାଙ୍କିଙ୍ଗ ଆଉଟଲେଟ ଖୋଲିବା ଯୋଜନାକୁ ରାଜ୍ୟ କ୍ୟାବିନେଟ ସବୁଜ ସଙ୍କେତ ଦେଇଛି । ଏନେଇ କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣାରେ ଥିବା ଦଳୀୟ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିଲା । ବହୁ ବିଜେଡି ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ ।

ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ସିଏସସି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଓଡିଶା ସରକାର ଏକ ଉଚ୍ଚାଭିଳାସୀ ଲକ୍ଷ୍ୟ ନେଇ ଆଗେଇ ଆସିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ସିଏସସି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ରାଜ୍ୟ ସମେତ କଳାହାଣ୍ଡି ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ ବିହୀନ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏହି ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ । ଏଥିପାଇଁ ଓଡିଶା ସରକାର ୫ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଘର ଯୋଗାଇ ଦେବେ । ଏହା ବାଦ ରାଜ୍ୟ ସରକାର ମଧ୍ୟ ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ଚଳନ୍ତି ଖର୍ଚ୍ଚ ବହନ କରିବେ । ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ସେମାନଙ୍କ ଘର ଦୁଆର ମୁହଁରେ ଡିବିସି ଯୋଜନାର ସୁବିଧା ସହିତ ଅନ୍ୟାନ୍ୟ ବ୍ୟାଙ୍କିଙ୍କ ସେବା ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ-କ୍ୟାବିନେଟ ନିଷ୍ପତ୍ତି; ବ୍ୟାଙ୍କିଙ୍ଗ ଆଉଟଲେଟ ପାଇଁ ୫୦୦ କୋଟି

୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ସମନ୍ବୟ ରକ୍ଷା କରି ସିଏସସି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ଖୋଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ମିଶ୍ର, ମାଇନରିଟି ସେଲ ସଭାପତି ଅବଦୁଲ କାଦିର, ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଲଳିତା ନାଏକ, ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ରାଜ୍ୟର ମୋଟ ୬୭୯୮ଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ପଞ୍ଚାୟତ ଅର୍ଥାତ ୪୩୭୩ଟିରେ ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ । ଆର୍ଥିକ ଅର୍ନ୍ତଭୁକ୍ତିକରଣ ପାଇଁ ବ୍ୟାଙ୍କସେବା ଜରୁରୀ ହୋଇଥିବାରୁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ପାଇଁ ଏକ ସ୍ଥାୟୀ ବ୍ୟାଙ୍କ ଶାଖାର ଆବଶ୍ୟକତା ରହିଛି । ବ୍ୟାଙ୍କଗୁଡିକ ଦ୍ବାରା ବ୍ୟାଙ୍କ ବିହୀନ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖାର ସ୍ଥାପନ କ୍ଷେତ୍ରରେ ଅଗ୍ରଗତି ଅତ୍ୟନ୍ତ ମନ୍ଥର ଓ ନଗଣ୍ୟ ବୋଲି କହିଥିଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.