ETV Bharat / state

ଯନ୍ତ୍ରଣା ଦେଉଛି Vedanta ! ଧୂଳିଧୂଆଁରେ ଅଣନିଶ୍ବାସୀ ବସନ୍ତପଡା

ଦୁଃଖ ବେଦାନ୍ତ ଦେଉଛି । ଧୂଳି, ଧୂଆଁରେ ଦୂଷିତ ହେଉଛି ପୁରା ପରିବେଶ । ଅଣନିଶ୍ବାସୀ ହୋଇପଡୁଛନ୍ତି କଳାହାଣ୍ତି ବସନ୍ତପଡା ଗ୍ରାମବାସୀ । ଅଧିକ ପଢନ୍ତୁ

ଯନ୍ତ୍ରଣା ଦେଉଛି ବେଦାନ୍ତ: ଧୂଳିଧୂଆଁରେ ଅଣ ନିଶ୍ବାସୀ ବସନ୍ତପଡା

author img

By

Published : Dec 23, 2021, 8:51 PM IST

ଭବାନୀପାଟଣା : ଅଭିଶପ୍ତ ବସନ୍ତପଡା । ବେଦାନ୍ତ କାରଖାନା ଠାରୁ ମାତ୍ର ୧ କିଲୋମିଟର ଦୂରରେ ରହିଛି କଳାହାଣ୍ତି ଜିଲ୍ଲାର ବସନ୍ତପଡା ଗାଁ । ଏହି ଗାଁ ଦେଇ କମ୍ପାନୀରେ ନିୟୋଜିତ ଶହ ଶହ ହାଇଓ୍ବା ତଥା ଭାରିଯାନ ବକ୍ସାଇଟ ବୋଝେଇ କରି କମ୍ପାନୀକୁ ପ୍ରତିଦିନ ଯାଇଥାଏ । ଫଳରେ ପ୍ରବଳ ମାତ୍ରାରେ ବକ୍ସାଇଟ ବୋଝେଇ ଗୁଣ୍ଡ ଉଡୁଥିବାରୁ ଗ୍ରାମବାସୀ ଅତିଷ୍ଠ ହୋଇପଡିଲେଣି । ବକ୍ସାଇଟ ଗୁଣ୍ଡ ଯୋଗୁଁ ଗାଁର ବହୁ ଲୋକ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।

ଯନ୍ତ୍ରଣା ଦେଉଛି ବେଦାନ୍ତ: ଧୂଳିଧୂଆଁରେ ଅଣ ନିଶ୍ବାସୀ ବସନ୍ତପଡା

ଏପରିକି ଲୋକଙ୍କ ହାଣ୍ଡିଶାଲରେ ମଧ୍ୟ ବକ୍ସାଇଟ ଗୁଣ୍ଡ ପଶୁଥିବା ଅଭିଯୋଗ ହୋଇଛି । ବକ୍ସାଇଟ୍ ଗୁଣ୍ଡ ଦ୍ବାରା ଚର୍ମ ରୋଗ, କିଡନୀ ରୋଗ,ଶ୍ବାସ ରୋଗ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ହେଲେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ଆଦୌ ନିଘା ନାହିଁ। କାରଖାନା ପାରିପାର୍ଶ୍ବିକ ଅଞ୍ଚଳରେ ଥିବା କିନାରୀ, ବରଭୋଟା, କୋର୍ଟଦୁଆ,ମାଳିକୁକୁଡ଼ା ଆଦି ଗାଁ କୁ ବିସ୍ଥାପିତ କରି ୧୧୫ ରୁ ଅଧିକ ପରିବାର କୁ ଘରଦେଇ କମ୍ପାନୀ ବେଦାନ୍ତ ନଗର ସୃଷ୍ଟି କରିଛି।

ହେଲେ କାରଖାନା ଅତି ନିକଟରେ ଥିବା ବସନ୍ତ ପଡା ଗାଁ ଉପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ କାହିଁକି ପଡୁନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବସନ୍ତପଡା ଗ୍ରାମବାସୀଙ୍କୁ ଅନେକ ମିଛ ପ୍ରତିଶ୍ରୁତି ଦେଇ ଚାଲିଛି କମ୍ପାନୀ ବୋଲି ଅଭିଯୋଗ ହୋଇଛି । ହେଲେ ତାହା କେବେ ଫଳପ୍ରଦ ହୋଇ ପାରୁନାହିଁ । ଏହାର ପ୍ରତିବାଦରେ ଗ୍ରାମବାସୀ ଅନେକ ଥର ଆନ୍ଦୋଳନ କରିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ଆଜି ନ ହେଲେ କାଲି କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆମ ଗାଁ ଉପରେ ପଡିବ ବୋଲି ଆଶା ବାନ୍ଧି ରହିଛନ୍ତି ଗ୍ରାମବାସୀ ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.