ETV Bharat / state

ଜାତୀୟ ଜୁନିୟର ଆଥଲେଟିକ୍ସ, କଳାହାଣ୍ଡିକୁ 2 ସ୍ୱର୍ଣ୍ଣ ପଦକ

author img

By

Published : Nov 14, 2022, 12:53 PM IST

ଆସାମ ଗୌହାଟି ଠାରେ ୩୭ତମ ଜାତୀୟ ଜୁନିୟର ଆଥଲେଟିକ୍ସରେ ଦୁଇ ସ୍ବର୍ଣ୍ଣ ପଦକ ଜିିତିଛନ୍ତି କଳାହାଣ୍ଡିର ଦୁଇ ପ୍ରତିଭାବାନ ଖେଳାଳି । ଅଧିକ ପଢନ୍ତୁ

ଜାତୀୟସ୍ତରରେ କଳାହାଣ୍ଡିକୁ 2 ସ୍ୱର୍ଣ୍ଣ ପଦକ
ଜାତୀୟସ୍ତରରେ କଳାହାଣ୍ଡିକୁ 2 ସ୍ୱର୍ଣ୍ଣ ପଦକ

ଭବାନୀପାଟଣା: କ୍ରୀଡା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢିଛି କଳାହାଣ୍ଡି ଜିଲ୍ଲା । ଆସାମ ଗୌହାଟୀରେ ଚାଲିଥିବା 37ତମ ଜାତୀୟ ଜୁନିୟର ଆଥଲେଟିକ୍ସରେ ଚମକିଛନ୍ତି କଳାହାଣ୍ଡିର ଦୁଇ ପ୍ରତିଭାବାନ ଖେଳାଳି । ଜିଲ୍ଲାର ଦୁଇଜଣ ଯୁବ ଖେଳାଳି ଡିଏମ ଜୟରାମ ଓ ଲାଲୁ ପ୍ରସାଦ ଭୋଇ ଅଂଶଗ୍ରହଣ କରି କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି । ଟ୍ବିଟ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ।

  • Congratulations to DM Jayram from Bhawanipatna who won Gold medal in 100m Run Boys U-18 category with 10.81sec and Lalu Prasad Bhoi from Lanjigarh who won Gold medal in 100m Run Boys U-20 with 10.73sec in ongoing @CMO_Odisha@sports_odisha
    (1/2) pic.twitter.com/hCLt4mljIk

    — DM KALAHANDI (@DmKalahandi) November 13, 2022 " class="align-text-top noRightClick twitterSection" data=" ">

ଆସାମ ଗୌହାଟି ଠାରେ ୩୭ତମ ଜାତୀୟ ଜୁନିଆର ଆଥଲେଟିକ୍ସ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲାର ଦୁଇଜଣ ଯୁବକ ଖେଳାଳି ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ଜିଲ୍ଲା ଭବାନୀପାଟଣାର ଡିଏମ ଜୟରାମ ୧୮ ବର୍ଷ ବର୍ଗର ୧୦୦ ମିଟର ଦୌଡ଼ରେ ଭାଗ ନେଇ ୧୦.୮୧ ସେକେଣ୍ଡରେ ଏହାକୁ ସମାପ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଏହାସହ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ଲାଲୁ ପ୍ରସାଦ ଭୋଇ ୨୦ ବର୍ଷ ବର୍ଗର ୧୦୦ ମିଟର ଦୌଡ଼ରେ ଭାଗ ନେବା ସହ ଏହାକୁ ସେ ୧୦.୭୩ ସେକେଣ୍ଡରେ ସମାପ୍ତ କରି ସ୍ୱର୍ଣ୍ଣପଦକ ହାସଲ କରି ପାରିଛନ୍ତି । ଖେଳାଳିଙ୍କ ଏହି ସଫଳତା ପାଇଁ ତାଙ୍କୁ ବିିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି । କଳାହାଣ୍ଡି ସମେତ ଜିଲ୍ଲାର କ୍ରୀଡା ଜଗତରେ ଖୁସିର ଲହରୀ ଖେଳି ଯାଇଛି । ସେପଟେ ଏନେଇ ଟ୍ବିଟ ଯୋଗେ ଦୁଇଜଣ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ ।

ଏହା ବି ପଢନ୍ତୁ...ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦ୍‌ଘାଟିତ

ଏହା ସହ ଜାତୀୟ ଜୁନିୟର ଆଥଲେଟିକ୍ସର ତୃତୀୟ ଦିନରେ ଓଡିଶାକୁ 2 ରୌପ୍ୟ ଓ 1ଟି ବ୍ରୋଞ୍ଜ ପଦକ ମିଳିଛି । 16 ବର୍ଷରୁ କମ ବାଳକ ହାମର ଥ୍ରୋରେ ଓଁକାର ପ୍ରସାଦ ରୌପ୍ୟ ପଦକ ପାଇଛନ୍ତି । 62.58 ମିଟର ହାମର ଫିଙ୍ଗି ଏହି ସଫଳତା ପାଇଛନ୍ତି ଓଁକାର । ଏହାସହ 18 ବର୍ଷରୁ କମ ବାଳିକା 100 ମିଟର ହର୍ଡଲ୍ସରେ ସବିତା ଟପ୍ପୋ ରୌପ୍ୟ ପଦକ ଜିତିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.