ETV Bharat / state

ନାମକୁ ମାତ୍ର କଟକଣା: ମାନୁନାହାଁନ୍ତି ଲୋକେ, ଶୋଇଛି ପ୍ରଶାସନ

author img

By

Published : May 28, 2021, 8:30 PM IST

କୋରୋନାର ଦ୍ବିତୀୟ ଲହରରେ ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ସଚେତନ ହେଉନହାନ୍ତି ଜନସାଧାରଣ । ସାମାଜିକ ଦୂରତା, ମାସ୍କ ଏବଂ ସ୍ବଚ୍ଛତାକୁ ନେଇଛି ଫେଲ୍ ମାରିଛି କଳାହାଣ୍ଡି ଜିଲ୍ଲା । ଅଧିକ ପଢନ୍ତୁ...

ନାମକୁ ମାତ୍ର କଟକଣା, ନା ଲୋକେ ମାନୁଛନ୍ତି ନା ପ୍ରଶାସନ ଟାଣ ହେଉଛି

କଳାହାଣ୍ଡି: ଗାଁ ରୁ ସହର, ଦିଲ୍ଲୀ ରୁ ପଲ୍ଲୀ ଆତଙ୍କ ସୃଷ୍ଟି କରିଛି କୋରୋନା ମହାମାରୀ । ଗତବର୍ଷଠୁ ମହାମାରୀ ସାଧାରଣ ଜୀବନ ଦୁର୍ବିସହ କରିଦେଇଛି । ପ୍ରଥମ ପର୍ଯ୍ୟାୟରେ ସାମାନ୍ୟ ସୁଧାର ନଆସୁଣୁ ପୁଣିଥରେ ଦ୍ବିତୀୟ ଲହର ଦେଶରେ ହାହାକାର ସୃଷ୍ଟି କରିଛି । ଏହି ମହାମାରୀ ମୁକାବିଲା ପାଇଁ ବ୍ରହ୍ମାସ୍ତ୍ର ହେଉଛି ଲକଡାଉନ ଓ ସଟଡାଉନ ।

ଓଡିଶା ସରକାର ଏଥର କୋରୋନା ଚେନ ଭାଙ୍ଗିବାକୁ ଲକଡାଉନ ଘୋଷଣା କରିଛନ୍ତି । ସକାଳ ୭ ରୁ ୧୧ ଟା ପର୍ଯ୍ୟନ୍ତ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି । କିନ୍ତୁ ଏହି ସମୟରେ ସାମାଜିକ ଦୂରତା, ମାସ୍କ ଏବଂ ସ୍ବଚ୍ଛତାକୁ ନେଇଛି ଫେଲ୍ ମାରିଛି କଳାହାଣ୍ଡି ଜିଲ୍ଲା । କୋରୋନା କଟକଣାକୁ ବେଖାତିର କରି ହାଟକୁ ପରିବା କିଣିବାକୁ ନୁହେଁ ଯେମିତି କୋରୋନା କିଣି ଯାଉଛନ୍ତି ଲୋକେ ।

ସେହିପରି କୋରୋନାର ପ୍ରଥମ ଲହରରେ ଯେପରି କଟକଣା କଡାକଡି କରାଯାଉଥିଲା ବର୍ତ୍ତମାନ ତାହା କରାଯାଉ ନାହିଁ ବୋଲି ଜନ ସାଧାରଣ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୋକାନଗୁଡିକରେ ସାମାଜିକ ଦୂରତା ନିୟମ ମାନିବାକୁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଥିବାବେଳେ ଗ୍ରାହକମାନେ ଏହାକୁ ମାନୁନଥିବା କହିଛନ୍ତି ଦୋକାନୀ ।

ପ୍ରଶାସନ ପକ୍ଷରୁ ଗହଳିପୂର୍ଣ୍ଣ ବଜାରଗୁଡିକରେ କଡା ନଜର ରଖିଲେ ସାମାଜିକ ଦୂରତ୍ବ ଠିକ ଭାବେ ପାଳନ ହୋଇପାରିବ ବୋଲି ଦୋକାନୀ କହିଛନ୍ତି । ଜିଲ୍ଲା ମୁଖ୍ୟାଳୟରେ ଥିବା ପରିବା ବଜାରରେ ସ୍ବଚ୍ଛତା ପ୍ରତି ଅଣଦେଖା କରାଯାଉଛି । ବଜାରଗୁଡିକରେ ସବୁଦିନ ଶହ ଶହ ଲୋକ ଯାତାୟତ କରୁ ଥିବାବେଳେ ଏହାକୁ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଉନଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ କଳାହାଣ୍ଡିରେ କୋରୋନା ନିୟମ କଡାକଡା ପାଳନ ହେଉଛି । ଅମାନିଆଙ୍କ ଠାରୁ ଫାଇନ ମଧ୍ୟ ଆଦାୟ ହେଉଛି । ଯଦି ସମସ୍ତେ ନିୟମ କଡାକଡି ପାଳନ କରିବେ ତେବେ କୋରାକୁ ମାତ୍ ଦେଇପାରନ୍ତେ ବୋଲି ଏସପି କହିଛନ୍ତି ।
ଏପରି ସ୍ଥିତିରେ ପ୍ରଶାସନ କିମ୍ବା ଜନସାଧାରଣ ଦୋଶ ଲଦା ଲଦି ନ ହୋଇ ସଂକ୍ରମଣକୁ କିପରି ରୋକିହେବ ସେଥିପ୍ରତି ଦାୟିତ୍ବବାନ ହେବା ଆବଶ୍ୟକତା ରହିଛି । ନଚେତ୍ କାୟା ବିସ୍ତାର କରିବାକୁ କୋରୋନାକୁ ଆଉ ବେଶି ଦିନ ଲାଗିବନି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.