ETV Bharat / state

ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଥିଲେ ବାବୁ, ମାଡିବସିଲା ଭିଜିଲାନ୍ସ

author img

By

Published : Aug 25, 2022, 12:32 PM IST

ଭିଜିଲାନ୍ସ ଜାଲରେ କିରାଣୀ । ୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି କିରାଣୀ ଦିବ୍ୟଜ୍ୟୋତି । ଅଧିକ ପଢନ୍ତୁ

କିରାଣୀଙ୍କୁ କାବୁ କଲା ଭିଜିଲାନ୍ସ
କିରାଣୀଙ୍କୁ କାବୁ କଲା ଭିଜିଲାନ୍ସ

ଭାବନୀପାଟଣା: ପୁଣି ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ । କଳାହାଣ୍ଡି ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜୁନିଅର ଆସିଷ୍ଟାଣ୍ଡ ଏମ. ଦିବ୍ୟଜ୍ୟୋତି ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ମୃତ୍ୟୁ ପ୍ରମାଣପତ୍ର କରେଇ ଦେବାକୁ ଜଣଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦିବ୍ୟଜ୍ୟୋତିଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗାଁର ନିଲଝରି ନାଏକ ନିଜ ପରିବାର ୩ ଜଣଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବେଦନ କରିଥିଲେ ।

ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ଲାଞ୍ଚ, କିରାଣୀଙ୍କୁ କାବୁ କଲା ଭିଜିଲାନ୍ସ

ହେଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅତିରିକ୍ତ କିରାଣୀ ଏମ. ଦିବ୍ୟଜ୍ୟୋତି ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇ ଲାଞ୍ଚ ମାଗିଥିଲେ। କାମ ବାବଦରେ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଦୁଇଟି ଇନଷ୍ଟଲମେଣ୍ଟରେ ୯ ହଜାର ଲେଖାଏଁ ଦେବାକୁ ଡିଲ କରିଥିଲେ କିରାଣୀ ।

ଏହା ବି ପଢନ୍ତୁ...ଲାଞ୍ଚ ନେବାବେଳେ ଧରାପଡିଲେ ଲୋଇସିଂହା ଥାନା ଅଧିକାରୀ

ଏନେଇ ନିଲଝରି ନାଏକ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଅତିରିକ୍ତ କିରାଣୀଙ୍କୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଭିଜିଲାନ୍ସ ବିଭାଗ । ଅତିରିକ୍ତ କିରାଣୀ ଏମ ଦିବ୍ୟଜ୍ୟୋତି ନିଜ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କ ଠାରୁ ୯ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ ।

ଅଭିଯୁକ୍ତ ଅତିରିକ୍ତ କିରାଣୀଙ୍କଠୁ ରଙ୍ଗ ବୋଳା ଟଙ୍କା ଜବତ କରିବା ସହ ଅତିରିକ୍ତ କିରାଣୀ ଏମ. ଦିବ୍ୟଜ୍ୟୋତିଙ୍କୁ ଗିରଫ କରିଥିଲା । ଏହା ସହ ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ।

କିରାଣୀଙ୍କୁ କାବୁ କଲା ଭିଜିଲାନ୍ସ
କିରାଣୀଙ୍କୁ କାବୁ କଲା ଭିଜିଲାନ୍ସ

ନିକଟରେ କିଛି ଦିନ ହେବେ ଲାଞ୍ଚ ନେଇ ଅନେକ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ୫ ଦିନ ଭିତରେ ୪ଟି ଘଟଣା ସାମ୍ନାକୁ ଆସିଛି । ଗତକାଲି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବଲାଙ୍ଗୀର ଲୋଇସିଂହା ଥାନା ଅଧିକାରୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ସେହିପରି ଖୋର୍ଦ୍ଧା ବାଲିଅନ୍ତା RI ଦେବଦତ୍ତ ବିଶ୍ବାଳଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କାବୁ କରିଥିଲା ଭିଜିଲାନ୍ସ ଟିମ । ଦୁଇ ଦିନ ତଳେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ମୁଖ୍ୟ କିରାଣୀ ବ୍ୟାକ ପେପର ଫର୍ମ ପୂରଣ ପାଇଁ ଆବଶ୍ୟକ ଆଟେଣ୍ଡାନ୍ସ ସାର୍ଟିଫିକେଟ ପାଇଁ ଜଣେ ଛାତ୍ରଙ୍କ ଠାରୁ ୮,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.