କଳାହାଣ୍ଡି: ପୋଲିସ ହାତରେ ଯୌନ ରାକ୍ଷସ । ଜୁନାଗଡ ଗଣ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ସମସ୍ତ 9 ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏନେଇ ଜିଲ୍ଲା ଏସପି ସୂଚନା ଦେଇଛନ୍ତି ।
ଅଭିଯୁକ୍ତଙ୍କ ମଧ୍ୟରୁ 6ଜଣ ଦୁଷ୍କର୍ମ କରିଥିବା ବେଳେ 3 ଜଣ ଭିଡିଓ ଭାଇରାଲ କରିଥିଲେ । ଏହି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ 16ବର୍ଷିୟ ନାବାଳକ ଥିବା ଜଣାପଡିଛି । ଅନ୍ୟପଟେ ସରକାରଙ୍କ ନିୟମ ଅନୁଯାୟୀ ପୀଡିତାଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ