କଳାହାଣ୍ଡି: ଜୁନାଗଡ଼ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ 4 ଅଟକ । ପୂର୍ବରୁ ପୋଲିସ ଜଣଙ୍କୁ ଅଟକ ରଖିଥିବାବେଳେ ଆଜି ୪ ଜଣଙ୍କୁ ଅଟକ ରଖିଛି । ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ଏସପି ପଚରାଉଚୁରା ଜାରି ରଖିଥିବା ଜଣାପଡିଛି ।
ଅନ୍ୟପଟେ ଘଟଣାର ସରଜମିନ ତଦନ୍ତ ପାଇଁ ଆଜି ଜୁନାଗଡରେ ପହଞ୍ଚିଛନ୍ତି ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା । ମହିଳା କମିଶନଙ୍କ ୩ ଜଣିଆ ଟିମ ପୀଡିତାଙ୍କ ସହ ଆଲୋଚନା ପରେ କଳାହାଣ୍ଡି ଏସପିଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ