ଭବାନୀପାଟଣା: ରକ୍ତ ଅଭାବ ଦୂର କରିବା ପାଇଁ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଓଡ଼ିଶା ମୋ ପରିବାର ପକ୍ଷରୁ କୋରୋନା ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହ ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲା ର ପ୍ରତିଟି ନିର୍ବାଚନ ମଣ୍ଡଳୀ ରେ ଏହା ଆୟୋଜନ କରାଯାଇଛି । ଏହି କ୍ରମରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମର ଏକ ମହତ ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ ପାଇଛି ।
କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ