ETV Bharat / state

ଭୈରବ ଦେବଙ୍କ ଝାମୁଯାତ୍ରା, ସାମିଲ ହେଲେ ଶହ ଶହ ଶ୍ରଦ୍ଧାଳୁ - ଭୈରବ ଦେବ

ଭୈରବ ଦେବଙ୍କ ଝାମୁଯାତ୍ରା ଭବାନୀପାଟଣା ସହର ନିକଟରେ ଥିବା ମେଦିନିପୁର ଠାରେ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

ପାଳିତ ହେଲା ଭୈରବ ଦେବଙ୍କ ଝାମୁଯାତ୍ରା
ପାଳିତ ହେଲା ଭୈରବ ଦେବଙ୍କ ଝାମୁଯାତ୍ରା
author img

By

Published : Oct 2, 2021, 1:05 PM IST

ଭବାନୀପାଟଣା: ଜିଲ୍ଲାର ଆଦିବାସୀ ସଂସ୍କୃତି ଓ ପରମ୍ପରାର ନିଦର୍ଶନ ଝାମୁଯାତ୍ରା । ଗତକାଲି ଭୈରବ ଦେବଙ୍କ ଝାମୁଯାତ୍ରା ଭବାନୀପାଟଣା ସହର ନିକଟରେ ଥିବା ମେଦିନିପୁର ଠାରେ ପାଳିତ ହୋଇଯାଇଛି । ରୀତିନୀତି ଅନୁସାରେ ଆଶ୍ବିନ ମାସ ଦ୍ଵାଦଶୀ ତିଥିରେ ବାଲିକଢା ଠାରୁ ୧୨ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଥିଲା । ପରେ ବିଧିବିଧାନ ପୂର୍ବକ କଳାହାଣ୍ଡି ମହାରାଜ ମନ୍ଦିର ଗର୍ଭ ଗୃହ ମଧ୍ୟରେ ଗୁପ୍ତ ରୀତିନୀତିରେ ଭୈରବଙ୍କ ପୂଜାର୍ଚ୍ଚନା ସହ କାଠ ଗଣ୍ଡି ଗୁଡିକୁ ଅଗ୍ନୀ ସଂଯୋଗ କରିବା ପରେ ଆରମ୍ଭ ହୋଇଥିଲା ଝାମୁଯାତ୍ରା ।

ପାଳିତ ହେଲା ଭୈରବ ଦେବଙ୍କ ଝାମୁଯାତ୍ରା

ତେବେ ଝାମୁଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କୋରୋନା କଟକଣା ମାନି ଶହ ଶହ ଶ୍ରଦ୍ଧାଳୁ ଭୈରବ ଦେବଙ୍କ ଝାମୁଯାତ୍ରାରେ ସାମିଲ ହୋଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.