ETV Bharat / state

ଫେରିବାଲା ବେଶରେ ଆସି କରୁଥିଲେ ଲୁଟପାଟ୍‌, ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ

author img

By

Published : Sep 7, 2022, 11:33 AM IST

Updated : Sep 7, 2022, 1:12 PM IST

କଳାହାଣ୍ଡି ଜିଲ୍ଲରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ କରିଛି ପୋଲିସ । ସେମାନଙ୍କଠୁ 3 ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ 1 ଲକ୍ଷ ଟଙ୍କା ଜବତ । ଅଧିକ ପଢନ୍ତୁ

ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ
ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ

ଭବାନୀପାଟଣା: ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅଞ୍ଚଳରେ ଚୋରି ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ତଦନ୍ତ ଜାରି ରଖିଥିଲା ପୋଲିସ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠୁ ୫ଟି ମୋବାଇଲ, ଗୋଟିଏ ବାଇକ, 3 ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୧ ଲକ୍ଷ ଟଙ୍କା ସମେତ ଡକାୟତି ଘଟଣାରେ ବ୍ୟବହାର ସାମଗ୍ରୀକୁ ଜବତ କରିଛି ପୋଲିସ ।

ଫେରିବାଲା ବେଶରେ ଆସି କରୁଥିଲେ ଲୁଟପାଟ୍‌

ଗିରଫ ଅଭିଯୁକ୍ତମାନେ ହେଲେ ବାଂଲାଦେଶର ଏମଡି ମସୁଦ ହୁସେନ ଓ ଏମଡି ମୁନା ମାଜି । ଏନେଇ ଭବାନୀପାଟଣା ସଦର ଥାନା ଠାରେ କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଦୁଇଜଣ ଅଭିଯୁକ୍ତ ଗ୍ରାମାଞ୍ଚଳରେ ଫେରିବାଲା ଓ ଶାଢ଼ୀ ବ୍ୟବସାୟୀ ବେଶରେ ଯାଇ ପ୍ରଥମେ ଘର ଯାଞ୍ଚ କରନ୍ତି । ପରବର୍ତ୍ତୀ ମୁହୂର୍ତ୍ତରେ ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ଲୁଟ କରୁଥିଲେ । ଜିଲ୍ଲାର ଅନେକ ସ୍ଥାନରେ ଲୁଟପାଟ କରିଥିବା ଅଭିଯୋଗ ପରେ ପୋଲିସ ଅପରେସନ ଚଳାଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ନାଁରେ ପୂର୍ବରୁ ଅନେକ ଥାନାରେ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

2 ତାରିଖରେ ଦୁଇଟି ସ୍ଥାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସିସିଟିଭ ଫୁଟେଜ ଆଧାରରେ ପୋଲିସ ସର୍ଚ୍ଚ ଅପରେସନ ଚଳାଇଥିଲା । ଏହାପରେ ତଦନ୍ତ ଚଳାଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଏହା ଗ୍ୟାଙ୍ଗରେ ଆଉ କିଏ ଜଡିତ ଅଛନ୍ତି କି ତାର ତଦନ୍ତ ଜାରି ଥିବା କହିଛନ୍ତି କଳାହାଣ୍ଡି ସଦର ଏସଡ଼ିପିଓ ସୁନାରାମ ହେମ୍ରମ ।

ଏହା ବି ପଢନ୍ତୁ...କଳାହାଣ୍ଡିରେ ଥମୁନି ଡାଇରିଆ, ପୁଣି 2 ଜଣଙ୍କ ମୃତ୍ୟୁ

ପୂର୍ବରୁ ଗତ ଜୁନ 10 ତାରିଖରେ ଏକ ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ କାବୁ କରିଥିଲା କଳାହାଣ୍ଡି ପୋଲିସ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା । ଅଭିଯୋଗ ପରେ ପୋଲିସ ଗ୍ୟାଙ୍ଗକୁ କାବୁ କରିଥିଲା । ଗ୍ୟାଙ୍ଗର 4 ଜଣଙ୍କ ଗିରଫ କରିବା ସହିତ ୩୧ ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ ଭରି ସୁନା ,୪ ମୋଟର ସାଇକେଲ, ୬ଟି ମୋବାଇଲ ଫୋନ ,୨ଟି ଫିଙ୍ଗର ଗ୍ଲୋବ ଓ ଚୋରିରେ ବ୍ୟବହୃତ କେମିକାଲ ବୋତଲକୁ ଜବତ କରିଥିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Sep 7, 2022, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.