ETV Bharat / state

ଭୁଶୁଡ଼ିଲା ଇନ୍ଦ୍ରାବତୀ ରାଇଟ ମେନ୍ କେନାଲ, ଚାଷଜମିରେ ପାଣି ପଶି ତଳି ନଷ୍ଟ

author img

By

Published : Aug 15, 2023, 8:47 AM IST

ଭୁଶୁଡ଼ିଲା କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଟୃଖମାର ପଞ୍ଚାୟତର ବଡଫୁଣ୍ଡା ଗ୍ରାମ ଠାରେ ଇନ୍ଦ୍ରାବତୀ ରାଇଟ ମେନ୍ କେନାଲ । ଫଳରେ ନଷ୍ଟ ହେଲା ଅନେକ ଫସଲ। ଅଧିକ ପଢନ୍ତୁ

indravati canal again collapsed
indravati canal again collapsed
indravati canal again collapsed

ଭବାନୀପାଟଣା: ଭୁଶୁଡ଼ିଲା ଇନ୍ଦ୍ରାବତୀ ରାଇଟ ମେନ୍ କେନାଲ । ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବଡଫୁଣ୍ଡା ଠାରେ ଭୁଶୁଡିଲା ଇନ୍ଦ୍ରାବତୀ ମୁଖ୍ୟ କେନାଲ । ଫଳରେ ପ୍ରାୟ ୨୦୦ ଏକର ଚାଷ ଜମି ଜଳମଗ୍ନ । ଫଳରେ ଚାଷୀ ଜମିରେ ଲଗାଇଥିବା ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଏନେଇ ଚିନ୍ତାରେ ଚାଷୀ ।

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲାରେ ବହୁମୁଖୀ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ହେବାରୁ ଚାଷୀଙ୍କୁ ଏହା ଏକ ବଡ଼ ଆଶୀର୍ବାଦ ହୋଇଛି । ହେଲେ ସେହି ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପର କେନାଲ ଭାଙ୍ଗି ଏବେ ଜଳମଗ୍ନ ଚାଷଜମି । ଫଳରେ ଚାଷୀ ଜମିରେ ଲଗାଇଥିବା ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଗତ ୩ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି କେନାଲ କିଭଳି ଭାଙ୍ଗିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଗତ ବର୍ଷ ମଧ୍ୟ ପ୍ରଥମ କେନାଲ ପାଣି ଛାଡ଼ିବା ସମୟର କେନାଲଟି ଭୁଶୁଡ଼ି ଯାଇଥିଲା। ହେଲେ ବିଭାଗୀୟ ଅଧିକାରୀ ସେହି ସମୟରେ ସ୍ଥାୟୀ ସମାଧାନ କରି ନଥିଲେ ।

ଯାହା ଫଳରେ ଆଜି ପୁଣି କେନାଲ ଭୁଡୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି ତଦନ୍ତ କରିବା ସହ ପାଣିକୁ ରୋକିବା ପାଇଁ ବାଲିବସ୍ତା ପକା ଯାଇଥିବା ବେଳେ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ବର୍ତ୍ତମାନ କେନାଲରେ ପାଣି ସପ୍ଲାଇ ବନ୍ଦ ରହିଛି । ଫାଟ ହୋଇଥିବା ସ୍ଥାନ ମାନଙ୍କର ସ୍ଥାୟୀ ସମାଧାନ କରି ମରାମତି କରାଯିବା ପରେ କେନାଲରେ ପାଣି ଛଡ଼ାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ପୁଣି ଭୁଶୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ: ବୁଡିଲା ଜମି, ଘରେ ପସିଲା ପାଣି

ପ୍ରକାଶ ଥାଉକି, ଗତବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଧର୍ମଗଡ଼ ବ୍ଲକ ବଗାଁଡ ଗାଁ ନିକଟରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡ଼ି ଯାଇଥିଲା । ଏନେଇ ଅନେକ ଚାଷ ଜମି ଜଳ ମଗ୍ନ ହୋଇଥିଲା । ଫଳରେ ଚାଷୀ ବ୍ୟାପକ କ୍ଷତି ସହିଥିଲେ । ଭୁଶୁଡ଼ିଥିବା ସ୍ଥାନରେ ବାଲି ବସ୍ତା ଦେଇ ଏହାର ସୁରକ୍ଷା କରାଯିବା ସହ କ୍ଷୟକ୍ଷତିର ଆକଳନ କରିଥିଲା ପ୍ରଶାସନ । ରୁଆ ହୋଇଥିବା ଏକର ଏକର ଚାଷ ଜମିରେ ପାଣି ମାଡ଼ି ଯିବା ଫଳରେ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଓଭର ଫ୍ଲୋ' ପାଣି କେନାଲ ଦେଇ ପ୍ରବାହିତ ହେଉଥିବା ସମୟରେ କେନାଲ ବନ୍ଧ ଭାଙ୍ଗି ଯାଇଥିଲା । ଚାଷଜମି ଜଳମଗ୍ନ ହେବାରୁ ଚାଷୀ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ କରି ତୁରନ୍ତ କେନାଲ ମରାମତି ସହ କ୍ଷତିପୂରଣ ପାଇଁ ଦାବି କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.