ETV Bharat / state

ଚାଲିଛି ଅବାଧ ମଦ କାରବାର, ଥାନାର ଦ୍ବାରସ୍ଥ ହେଲେ ମହିଳା ଗୋଷ୍ଠୀ

ଧର୍ମଗଡ଼ ସହର ଠାରୁ ମାତ୍ର କିଛି ଦୂରରେ ଥିବା ବଗାଡ଼ ଗାଁରେ ଖୁଲାମଖୁଲା ଚାଲିଛି ବେଆଇନ ମଦ କାରବାର । ଫଳରେ ଅତିଷ୍ଠ ସ୍ଥାନୀୟ ବାସିନ୍ଦା । ପଢନ୍ତୁ ଅଧିକ.....

ଚାଲିଛି ଅବାଧ ମଦ କାରବାର, ଥାନାର ଦ୍ବାରସ୍ଥ ହେଲେ ମହିଳା ଗୋଷ୍ଠୀ
ଚାଲିଛି ଅବାଧ ମଦ କାରବାର, ଥାନାର ଦ୍ବାରସ୍ଥ ହେଲେ ମହିଳା ଗୋଷ୍ଠୀ
author img

By

Published : Nov 22, 2020, 7:19 PM IST

ଭବାନୀପାଟଣା: ଧର୍ମଗଡ଼ ସହର ଠାରୁ ମାତ୍ର କିଛି ଦୂରରେ ଥିବା ବଗାଡ଼ ଗାଁରେ ଖୁଲାମଖୁଲା ଚାଲିଛି ବେଆଇନ ମଦ କାରବାର । ଫଳରେ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ବିଶୃଙ୍ଖଳା । ତେବେ ଏହି ମଦ କାରବାରରେ ଅତିଷ୍ଠ ହୋଇପଡିଲେଣି ସ୍ଥାନୀୟ ମହିଳା । ଫଳରେ ଏ ଦିଗରେ ପଦକ୍ଷେପ ନେବା ପାଇଁ ଧର୍ମଗଡ଼ ଏସଡିପିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳା ଗୋଷ୍ଠୀ ।

ଚାଲିଛି ଅବାଧ ମଦ କାରବାର, ଥାନାର ଦ୍ବାରସ୍ଥ ହେଲେ ମହିଳା ଗୋଷ୍ଠୀ

ବେଆଇନ ମଦ ବିକ୍ରି କରି ବେପାରୀ ମାଲାମାଲ ହେଉଥିବା ବେଳେ ସେପଟେ ମଦ୍ୟପ ମାନେ ଅସାମାଜିକ ପରିବେଶ ସୃଷ୍ଟି କରୁଛନ୍ତି। ଏପରିକି ପାରିବାରିକ ହିଂସା ସହ ସାମାଜିକ ଅଶାନ୍ତି ନେଇ ମାମଲା ଥାନାକୁ ବି ଆସିଛି। ହେଲେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଧର୍ମଗଡ ପୋଲିସ କିଛି ପଦକ୍ଷପ ନେଉନଥିବା ଅଭିଯୋଗ ହେଉଛି ।

କଲହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.