ETV Bharat / state

କଳାହାଣ୍ଡିରେ ଚାଲିଛି ବେଆଇନ ବାଲି ଖାଦାନ

କଳାହାଣ୍ଡି ଜିଲ୍ଲାରେ ବାଲି ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଚୋରା ବାଲି ଚାଲାଣ ରୋକିବା ପାଇଁ ଏନଫୋର୍ସମେଣ୍ଟ କମିଟି ରହିଥିଲେ ମଧ୍ୟ ତାହା ସଠିକ କାର୍ଯ୍ୟ କରୁନାହିଁ । ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ତହସିଲ ଅନ୍ତର୍ଗତ ବରଗାଁ ଠାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By

Published : Jul 4, 2022, 7:54 AM IST

ଚାଲିଛି ବେଆଇନ ବାଲି ଖାଦାନ
ଚାଲିଛି ବେଆଇନ ବାଲି ଖାଦାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବାଲି ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ତହସିଲ ଅଧୀନରେ ଥିବା ବାଲି ଘାଟ ଗୁଡିକରେ ଦିନ ରାତି ଲିଜ ସୀମାରୁ ଅଧିକ ବାଲି ଉତ୍ତୋଳନ କରି ଚୋରାଚାଲାଣ କରୁଛନ୍ତି ବାଲି ମାଫିଆ । ପ୍ରତ୍ୟେକ ଦିନ ହଜାର ହଜାର ଟ୍ରାକ୍ଟରରେ ବାଲି ବୋହିନେଉଛନ୍ତି ବାଲି ମାଫିଆ । ଜିଲ୍ଲାରେ ଚୋରା ବାଲି ଚାଲାଣ ରୋକିବା ପାଇଁ ଏନଫୋର୍ସମେଣ୍ଟ କମିଟି ରହିଥିଲେ ମଧ୍ୟ ତାହା ସଠିକ କାର୍ଯ୍ୟ କରୁନାହିଁ । ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଜିଲ୍ଲାର ଭବାନୀପାଟଣା ତହସିଲ ଅନ୍ତର୍ଗତ ବରଗାଁ ଠାରେ ।

ଚାଲିଛି ବେଆଇନ ବାଲି ଖାଦାନ

ସେଠାରେ ଥିବା ଉଦନ୍ଦି ନଦୀ ବାଲିଘାଟକୁ ଲିଜଧାରୀ ବାଲି ଉତ୍ତୋଳନ ପାଇଁ ଲିଜ ନେଇଥିବା ବେଳେ ଲିଜ ସୀମାରୁ ୨ ଏକରରୁ ଉର୍ଦ୍ଧ୍ବ ଅଞ୍ଚଳରେ ବେଆଇନ ବାଲି ଖନନ କରି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ବାଲି ଖାଦାନ ନିକଟରେ ପୋଲ ଥିବାରୁ ବେଆଇନ ବାଲି ଖନନ ଯୋଗୁଁ ପୋଲର ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ । ଏନେଇ ବରଗାଁ ଲୋକେ ତହସିଲଦାରଙ୍କୁ ଅବଗତ କରିବା ସହ ଯଥାଶୀଘ୍ର ଏହି ବାଲି ଖାଦାନକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

ସେପଟେ ଏନେଇ ତହସିଲଦାରଙ୍କୁ ପଚାରିବାରୁ ବେଆଇନ ବାଲି ଖନନ ହେବା ଘଟଣାକୁ ସ୍ୱୀକାର କରିବା ସହ ଲିଜ ସୀମାରୁ ୧୬ ସହ ୨୩ କ୍ୟୁଭି ମିଟର ଅଞ୍ଚଳରେ ବେଆଇନ ବାଲି ଖନନ କରିଥିବା ନେଇ ତହସିଲଦାର ଉପେନ୍ଦ୍ର ଲୁହା ସୂଚନା ଦେଇଛନ୍ତି । ସେପଟେ ଗତ କିଛି ଦିନ ତଳେ ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ବାଲି ଖାଦାନରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଫାଇନ ଆଦାୟ ପରେ ମଧ୍ୟ ବାଲି ମାଫିଆ ଚଳାଇଛନ୍ତି ବେଆଇନ ବାଲି ଖନନ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.