ETV Bharat / state

କଳାହାଣ୍ଡିରେ ବେଆଇନ କ୍ରସର ସିଲ

author img

By

Published : Nov 13, 2020, 11:47 AM IST

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ ବୈଜଲପୁର ଗାଁରେ ଚାଲିଥିବା ବେଆଇନ କ୍ରସରକୁ ସିଲ କରିଛି ପ୍ରଶାସନ । ଅଧିକ ପଢନ୍ତୁ...

କଳାହାଣ୍ଡିରେ ବେଆଇନ କ୍ରସର ସିଲ
କଳାହାଣ୍ଡିରେ ବେଆଇନ କ୍ରସର ସିଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଅନେକ ଦିନରୁ ବାଲି ଏବଂ ପଥର ଖାଦାନରୁ ବେଆଇନ ବାଲି ଓ ପଥର ହରିଲୁଟ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଜିଲ୍ଲା ପ୍ରଶାସନ ଏବେ ଆକ୍ସନ ମୋଡରେ ରହିଛି।

ଗୋଲାମୁଣ୍ଡା ତହସିଲ ବୈଜଲପୁର ଗାଁରେ ଥିବା କ୍ରସରକୁ ସିଲ କରାଯାଇଛି । ଗୋଲାମୁଣ୍ଡା ତହସିଲଦାର ଓ ଧର୍ମଗଡ ତହସିଲଦାରଙ୍କ ସହ ଏକ ସ୍ବତନ୍ତ୍ର ଟିମ କ୍ରସର ଉପରେ ଚଢାଉ କରି ଏହାକୁ ସିଲ କରିଛନ୍ତି।

କଳାହାଣ୍ଡିରେ ବେଆଇନ କ୍ରସର ସିଲ

ଏହାସହ କେତେକ ହାଇଓ୍ବା, ଟ୍ରାକ୍ଟର ଓ ଲୋଡରକୁ ମଧ୍ୟ ଥାନାରେ ଅଟକ ରଖାଯାଇଛି। ସେହିପରି ଯେଉଁଠି ଲିଜ ପରିମାଣରୁ ଅଧିକ ପଥର ଉତ୍ତୋଳନ କରାଯାଉଛି ସେଠାରେ କାର୍ଯ୍ୟନୁଷ୍ଠାନ ହେଉଛି। ବହୁ ଲିଜଧାରୀମାନେ ଲିଜ ନେଇଥିବା ପରିମାଣ ଠାରୁ ଢେର ଅଧିକ ପରିମାଣର ବାଲି ଓ ପଥର ଉତ୍ତୋଳନ କରୁଥିବା ଅଭିଯୋଗ ହେବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସୂଚନାଥାଉକି, ଲିଜ ନେଲାପରେ ତହସିଲଦାରଙ୍କ ଦସ୍ତଖତରେ କେ ଫର୍ମକୁ ଲିଜଧାରୀଙ୍କୁ ଦିଆଯାଇଥାଏ । କିନ୍ତୁ ଲିଜଧାରୀମାନେ ଗୋଟିଏ ଫର୍ମକୁ ବାରମ୍ବାର ବ୍ୟବହାର କରି ବର୍ଷ ତମାମ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ କରୁଥିବାର ଅଭିଯୋଗ ହେଉଛି।

ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଧର୍ମଗଡ ଉପଜିଲ୍ଲାପାଳ ବେଆଇନ କ୍ରସର ଏବଂ ପଥର ଖାଦାନକୁ ସିଲ କରି ଲକ୍ଷାଧିକ ଟଙ୍କାର ରାଜସ୍ବ ଆଦାୟ କରୁଛନ୍ତି।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.