ETV Bharat / state

ମାଓବାଦୀଙ୍କ ଶହୀଦ ସପ୍ତାହ: ଯୁଗସାଇପାଟଣାରେ IED ବିସ୍ଫୋରଣ କଲେ ଲାଲବାହିନୀ

author img

By

Published : Jul 30, 2023, 7:37 AM IST

ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ବେଳେ କଳାହାଣ୍ଡିରେ ମାଓବାଦୀଙ୍କ IED ବିସ୍ଫୋରଣ । ଅଧିକ ପଢନ୍ତୁ

ଯୁଗସାଇପାଟଣାରେ ମାଓବାଦୀଙ୍କ IED ବିସ୍ଫୋରଣ
ଯୁଗସାଇପାଟଣାରେ ମାଓବାଦୀଙ୍କ IED ବିସ୍ଫୋରଣ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ଅଞ୍ଚଳରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି । ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ବେଳେ ଆଇଇଡି ବିସ୍ଫୋରଣ କରି କ୍ୟାମ୍ପ ଛାଡି ପଳାଇଛନ୍ତି ମାଓବାଦୀ । ତେବେ ଏହି ବିସ୍ଫୋରଣରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ କରାଯାଇଥିବା ବେଳେ କମ୍ବିଂ ଅପେରସନ ଜାରି ରହିଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଯୁଗସାଇପାଟଣା ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ଗତକାଲି(ଶନିବାର) ସକାଳୁ ପୋଲିସ ଓ ଏସଓଜି ଯବାନଙ୍କ ପକ୍ଷରୁ ଯୁଗସାଇପାରଣା ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଅପରେସନ ଚାଲିଥିବା ସମୟରେ ମୁନଗୁଡ଼ା ଓ ମକାଗୁଡ଼ା ଗାଁ ମଝିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀ ଆଇଇଡି ବିସ୍ଫୋରଣ କରି କ୍ୟାମ୍ପ ଛାଡି ଘଞ୍ଚ ଜଙ୍ଗଲ ଦେଇ ଚମ୍ପଟ ମାରିଥିଲେ । ତେବେ ଏହି ଆଇଇଡି ବିସ୍ପୋରଣରେ ଉଭୟ ପକ୍ଷର କେହି ମୃତାହତ ହୋଇନାହାନ୍ତି । ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ କମ୍ବିଂ ଅପରେସନ ଚାଲିଥିବା ନେଇ ଏସପି ଅଭିଳାଷ ଜି ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: କଳାହାଣ୍ଡି ଶଗଡା ଗାଁରେ ପୋଷ୍ଟର ମାରିଲା ଲାଲବାହିନୀ, ଛତିଶଗଡ ମାଓ ସଂଗଠନକୁ ବିରୋଧ

ଏହାମଧ୍ୟ ପଢନ୍ତୁ: ପାଇଖାନା ଟାଙ୍କି ନେଲା ଜୀବନ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ପ୍ରକାଶ ଥାଉକି, କିଛି ଦିନ ତଳେ କଳାହାଣ୍ଡିରେ ଲାଲ ବାହିନୀ ନିଜର ଉପସ୍ଥିତ ଜାହିର କରିଥିଲେ । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡା ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବାର ଦେଖିବାକୁ ମିଳିଥିଲା । ଭବାନୀପାଟଣାରୁ ଥୁଆମୂଳା ରାମପୁରକୁ ସଂଯୋଗ କରୁଥିବା ରାସ୍ତାର ଶଗଡା ପଞ୍ଚାୟତ ସମ୍ମୁଖ ଗଛ ଓ ଗାଁର ସବୁ ଦୋକାନ ଗୁଡିକରେ ଏହି ପୋଷ୍ଟର ଲଗାଯାଇଥିଲା । ଜୁଲାଇ ୨୮ ରୁ ଅଗଷ୍ଟ ୩ ତାରିଖ ଯାଏଁ ଶହୀଦ ଦିବସ ପାଳନ କରିବା ପାଇଁ ଏହି ପୋଷ୍ଟର ମାଧ୍ୟମରେ ଜନସାଧାରଣଙ୍କୁ ଆହ୍ବାନ କରିଥିଲା ଲାଲବାହିନୀ । ଏହାପୂର୍ବରୁ ଜିଲ୍ଲାର ଟାପରେଙ୍ଗ ଗ୍ରାମରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ମାଓବାଦୀ ନିହତ ହୋଇଥିଲେ । ଏହି ଘଟଣାକୁ ପୋଲିସର ବର୍ବରତା କହି ନିନ୍ଦା କରିଥିଲା ମାଓ ସଂଗଠନ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.