ETV Bharat / state

ବର୍ବରତାର ସୀମା ପାର, ଗର୍ଭବତୀ ସ୍ତ୍ରୀର ଗଳା କାଟି ସ୍ବାମୀ ଫେରାର

author img

By

Published : Aug 30, 2021, 2:40 PM IST

Updated : Aug 30, 2021, 3:08 PM IST

ଗର୍ଭବତୀ ସ୍ତ୍ରୀର ଗଳା କାଟି ଦେଲା ସୈତାନ ସ୍ବାମୀ । ଅଳ୍ପକେ ବର୍ତ୍ତିଲେ ମହିଳା, ଘଟଣା ଘଟାଇ ସ୍ବାମୀ ଫେରାର । ଅଧିକ ପଢନ୍ତୁ...

ଗର୍ଭବତୀ ସ୍ତ୍ରୀର ବେକ କାଟି ଦେଲା ସୈତାନ ସ୍ବାମୀ

ଭବାନୀପାଟଣା: ସୀମା ଟପିଲା ବର୍ବରତା । ଗର୍ଭବତୀ ସ୍ତ୍ରୀର ଗଳା କାଟିଦେଲା ସୈତାନ ସ୍ବାମୀ । ଅଳ୍ପକେ ବର୍ତ୍ତିଲେ ମହିଳା, ଘଟଣା ଘଟାଇ ସ୍ବାମୀ ଫେରାର । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଧଅଁରାମାଲ ଗାଁରେ । ଆହତ ମହିଳା ଜଣକ ହେଉଛନ୍ତି ପ୍ରକାଶନୀ ସାହାଣୀ । ଗତକାଲି ସ୍ବାମୀ ନିହାର ସାହାଣୀ କୌଣସି କାରଣରୁ ପ୍ରକାଶନୀଙ୍କ ଗଳା କାଟିଦେଇଥିଲେ ।

ଏହା ପରେ ମହିଳା ଜଣଙ୍କ ଅଚେତ ହୋଇ ପଡ଼ିଥିଲେ। ଏନେଇ ଆଜି ସକାଳୁ ପ୍ରକାଶନୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏନେଇ ପୋଲିସ ମହିଳାଙ୍କ ବୟାନ ରେକର୍ଡ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ସ୍ବାମୀ, ସ୍ତ୍ରୀର ଗଳାକାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲା ସେନେଇ ପୋଲିସର ତଦନ୍ତ ପରେ ସତ ସାମ୍ନାକୁ ଆସିବ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Aug 30, 2021, 3:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.