ଭବାନୀପାଟଣା: ଜିଲ୍ଲା ଜୁନାଗଡ଼ ଠାରେ ଏକ ନୂତନ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ, ଏସପି ବି.ଗଙ୍ଗାଧର, ଧର୍ମଗଡ଼ ଉପଜିଲ୍ଲାପାଳ ଟିଏସ ଦିବାକର ସମେତ ବହୁ ଆଇନଜୀବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
ଏହି ଥାନା ହାଇଟେକ ପ୍ରଣାଳୀରେ ନିର୍ମିତ ହୋଇଥିବାବେଳେ ସବୁ କାର୍ଯ୍ୟ ତୁଲାଇବାରେ ସୁବିଧାଜନକ ହେବ ବୋଲି ଡ଼ିଆଇଜି ସୂଚନା ଦେଇଛନ୍ତି ।
କଲାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ