ETV Bharat / state

ଯୋଜନାର ଅନ୍ତରାଳେ: ସରକାରୀ କୁଡିଆ ପାଇଁ 13 ବର୍ଷ ଅପେକ୍ଷା - ଭବାନୀପାଟଣା

ଯୋଜନାର ଅନ୍ତରାଳେ ସରକାରୀ ଯୋଜନା ପାଇଁ ଜୀବନରେ 13 ବର୍ଷର ଅପେକ୍ଷା। ଗରିବ ଖଟିଖିଆଙ୍କୁ ଆର୍ଥିକ ତଥା ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ସରକାରଙ୍କ ମାଳ ମାଳ ଯୋଜନା। ଏବେ ମୋ ସରକାରଙ୍କ ପାରିବା ପଣିଆ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ? ଅଧିକ ଖବର ପଢନ୍ତୁ...

ଯୋଜନାର ଅନ୍ତରାଳେ; ସରକାରୀ କୁଡିଆ ପାଇଁ 13 ବର୍ଷ ଅପେକ୍ଷା

author img

By

Published : Jul 27, 2020, 6:20 PM IST

Updated : Jul 27, 2020, 7:49 PM IST

ଭବାନୀପାଟଣା: ଯୋଜନାର ଅନ୍ତରାଳେ ସରକାରୀ ଯୋଜନା ପାଇଁ ଜୀବନରେ 13 ବର୍ଷର ଅପେକ୍ଷା। ଗରିବ ଖଟିଖିଆଙ୍କୁ ଆର୍ଥିକ ତଥା ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ସରକାରଙ୍କ ମାଳ ମାଳ ଯୋଜନା। ଆଉ ଖର୍ଚ୍ଚ ବି ହେଉଛି କୋଟି କୋଟି ଟଙ୍କା । ହେଲେ ଶାସନ କଳର ଦୂରଦୃଷ୍ଟି ଓ ଉଦାସୀନତା ମନୋଭାବ ଯୋଗୁଁ କୁଡିଆ ଖଣ୍ଡେ ପାଇଁ ଅସହାୟ ବୃଦ୍ଧାର ନିବେଦନକୁ ଆଜକୁ ପୁରିଲା 13 ବର୍ଷ। ହେଲେ ଅଭିଯୋଗ ହେଉ କି ନିବେଦନ ସରକାର କର୍ଣ୍ଣପାତ କରୁନଥିବା ଜଣାପଡିଛି । ମୋ ସରକାରଙ୍କ ପାରିବା ପଣିଆ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ?

ଯୋଜନାର ଅନ୍ତରାଳେ; ସରକାରୀ କୁଡିଆ ପାଇଁ 13 ବର୍ଷ ଅପେକ୍ଷା

ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳରୁ । ନାଁ ଉର ହରିଜନ । ବୟସ ପ୍ରାୟ 70 । ଗାଁ ବୋରଡଙ୍ଗ। ଜୀବନର ଶେଷ ପାହାଚରେ ବି ଯୋଜନାଟିଏ ପାଇବା ପାଇଁ ଜାରି ରହିଛି ଯୁଦ୍ଧ । ତାହା ପୁଣି ସରକାରଙ୍କ ସହିତ । ଆଉ ଯୋଜନାଟି ହେଲା ସରକାରୀ କୁଡିଆ ଖଣ୍ଡେ । ପଞ୍ଚାୟତରେ ଆବେଦନ ବି ହୋଇଛି । ଘର ଖଣ୍ଡେ ମିଳିବାର ପ୍ରତିଶ୍ରୁତି ବି ମିଳିଛି। ହେଲେ ପ୍ରତିଶ୍ରୁତିର ସମୟକୁ ବିତିଯାଇଛି 13 ବର୍ଷ ।

ଏହାରି ଭିତରେ ସରପଞ୍ଚ ବଦଳିଲେ ସରକାର କିଛି ନୂଆ ଯୋଜନା ବି ଆଣିଲେ । 2022 ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଦେବା ପାଇଁ ଲକ୍ଷ୍ୟ ବି ଧାର୍ଯ୍ୟ ହେଲା । ହେଲେ ଏହି ଅସହାୟ ବିଧବା ବୃଦ୍ଧାଙ୍କ ଅଭିଯୋଗ, 'ମୋତେ ବିଧବା ଭତ୍ତା ଖଣ୍ଡେ ଦେଇ ଭୁଲିଗଲେ କି ସରକାର '?

ବୟସର ଅପରାହ୍ନରେ ଆଜି ବି ଏହି ବିଧବା ବୃଦ୍ଧା ଜଣକ ପନିପରିବା ବିକ୍ରି କରି ନିଜର ତିନି ବଢିଲା ଝିଅଙ୍କୁ ଧରି ଭଙ୍ଗା ଦଦରା ଘରେ ରହି ଆସୁଛନ୍ତି । ହେଲେ ନିକଟ ବର୍ଷାରେ ଏହି ଘର ବି ଭୁଷୁଡି ପଡିଛି । ସତେ ଯେମିତି ଦାରିଦ୍ର୍ୟର ତାଡନାରୁ ବଳି ପଡିଛି ଏବେ ପ୍ରକୃତିର କୋପ । ହେଲେ ଏବେ ବି ଏହି ଅସହାୟ ମହିଳାଙ୍କ ଆଖିରେ ବଞ୍ଚି ରହିଛି ସରକାରୀ ଘର ଖଣ୍ଡେ ପାଇବାର ସ୍ବପ୍ନ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jul 27, 2020, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.