ETV Bharat / state

ବର୍ଷାରେ ବେହାଲ ଭବାନୀପାଟଣା ସହର, ଘରେ ପଶୁଛି ପାଣି

author img

By

Published : Jul 15, 2022, 9:37 AM IST

ବର୍ଷାରେ ବେହାଲ ଭବାନୀପାଟଣା ସହର । ୨୦ ୱାର୍ଡ ବିଶିଷ୍ଟ ଭବାନୀପାଟଣା ସହରରେ ଡ୍ରେନେଜ ସମସ୍ୟା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବର୍ଷାରେ ବେହାଲ ଭବାନୀପାଟଣା ସହର
ବର୍ଷାରେ ବେହାଲ ଭବାନୀପାଟଣା ସହର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ୪ ଦିନ ଧରି ଲାଗି ରହିଛି ଲଗାଣ ବର୍ଷା। ଫଳରେ ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ।। ୨୦ ୱାର୍ଡ ବିଶିଷ୍ଟ ଭବାନୀପାଟଣା ସହରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଅନେକ ଗାଁକୁ ଯୋଗାଯୋଗ ବ୍ୟାଘାତ ହୋଇଥିବା ବେଳେ ଅନେକ ଲୋକଙ୍କ ଘର ଭାଙ୍ଗିଥିବା ଜଣାପଡିଛି । ୨୦ ୱାର୍ଡ ବିଶିଷ୍ଟ ଭବାନୀପାଟଣା ସହରରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ମାନଙ୍କରେ ପାଣି ଲୋକଙ୍କ ଘରେ ପଶୁଥିବା ଅଭିଯୋଗ ହୋଇଛି। ବିଶେଷ କରି ସହରର ୮,୯ ଓ ୩ ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନଥିବା କାରଣରୁ ଲଗାଣ ଡ୍ରେନେଜ ପାଣି ଲୋକଙ୍କ ଘରେ ପଶିବା ସହ ରାସ୍ତା ଉପରେ ଲହଡି ଭାଙ୍ଗୁଛି ।

ବର୍ଷାରେ ବେହାଲ ଭବାନୀପାଟଣା ସହର
ବର୍ଷା ପୂର୍ବରୁ ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ପୌର ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ସୁଦ୍ଧା ତାହା ଫେଲ ମାରିଛି। ରାସ୍ତା ଉପରେ ବର୍ଷା ପାଣି ଜମି ରହିବା ସହ ଲୋକଙ୍କ ଘରେ ଡ୍ରେନେଜ ପାଣି ପଶିବା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ତେବେ ଏନେଇ ପୌର ଅଧିକାରୀଙ୍କୁ ପଚାରିବାରୁ ଏକ ରାପିଡି ରେସପନ୍ସ ଟିମ ପ୍ରସ୍ତୁତ କରାଯାଇଛି ଏବଂ ଯେଉଁଠି ପାଣି ପଶିଲେ ତୁରନ୍ତ ଟିମ ପହଞ୍ଚି ପାଣି ନିଷ୍କାସନର ବ୍ୟବସ୍ଥା କରୁଥିବା ପ୍ରକାଶ କରିଛନ୍ତି।ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.