ETV Bharat / state

ସହିହେଲାନି ନିର୍ଯାତନା; ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି । ଏନେଇ କଳାହାଣ୍ଡି ପୋଲିସ ଆରକ୍ଷୀ ଅଧିକ୍ଷକ ବାତୁଳା ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

author img

By

Published : Feb 18, 2020, 9:33 PM IST

ସହିହେଲାନି ନିର୍ଯାତନା;  ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ
ସହିହେଲାନି ନିର୍ଯାତନା; ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି । ଏନେଇ କଳାହାଣ୍ଡି ପୋଲିସ ଆରକ୍ଷୀ ଅଧିକ୍ଷକ ବାତୁଳା ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆତ୍ମ ସମର୍ପଣ କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ଗୋପାଲପାଟନା ଥାନା ପାଲସେଗୁନ୍ଦାପୁର ଗାଁର 27 ବର୍ଷୀୟ କେଶବ ଭେଲାଡି ଓରଫ ରାମଦାସ ବୋଲି ଏସପି ସୂଚନା ଦେଇଛନ୍ତି ।

2009ରେ ସେ ପ୍ରଥମେ ଛତିଶଗଡ଼ ମାଓ ସଂଗଠନରେ ଯୋଗ ଦେଇଥିଲେ। ପରେ କେକେବିଏନ ଡିଭିଜନରେ ଯୋଗଦେଇଥିବା ବେଳେ 2010 ରୁ 2018 ପର୍ଯ୍ୟନ୍ତ କନ୍ଧମାଳର ଖଡଙ୍ଗ ନଦୀ ଏରିଆ କମିଟି ଓ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନାର ରାହୁଲ ଏରିଆ କମିଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରି ଆସୁଥିଲେ ।

ସେ କଳାହାଣ୍ଡି ଜିଲ୍ଳାର ମଦନପୁର ରାମପୁର ଥାନା କେନ୍ଦୁଘାଟି ଗାଡି ପୋଡାଜଳା, ନୂଆମୁଣ୍ଡା ଠିକା କ୍ୟାମ୍ପ ପୋଡ଼ିରେ ସାମିଲ ଥିବା ସହ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ବିଭିନ୍ନ ମାଓ କାର୍ଯ୍ୟକଳାପରେ ସାମିଲ ଥିବା ଏସପି ସୂଚନା ଦେଇଛନ୍ତି । ରାମଦାସ ମାଓ ସଂଗଠନରେ ଶାରୀରିକ ଓ ମାନସିକ ନିର୍ଯାତନା ସହିନପାରି ସଂଗଠନ ଛାଡିଥିବା ପ୍ରକାଶ କରିଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.