ETV Bharat / state

ଭାତହାଣ୍ଡି ସହ ସାଙ୍ଘାତିକ ଷଡଯନ୍ତ୍ର, ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ !

author img

By

Published : Apr 5, 2022, 4:46 PM IST

ବାଟବଣା ହୋଇଛି ମଧ୍ୟାହ୍ନ ଭୋଜନ ଯୋଜନା ! ଅପମିଶ୍ରିତ ଚାଉଳ ବଣ୍ଟନ କରି ନିରୀହ ପିଲାଙ୍କ ଜୀବନ ସହ ଖେଳୁଛି ପ୍ରଶାସନ । କଳାହାଣ୍ଡିରେ ମଧ୍ୟାହ୍ନ ଭୋଜନ ଆଳରେ ପିଲାଙ୍କୁ ଦିଆଯାଉଛି ପ୍ଲାଷ୍ଟିକ ଚାଉଳ । ଏଭଳି ସଙ୍ଗୀନ ଅଭିଯୋଗ ପରେ ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ନଜର । ଅଧିକ ପଢ଼ନ୍ତୁ

Guardians alleged for plastic rice at school in kalahandi
ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ!

ଭବାନୀପାଟଣା: ବାଟବଣା ହୋଇଛି ମଧ୍ୟାହ୍ନ ଭୋଜନ ଯୋଜନା । ଅପମିଶ୍ରିତ ଚାଉଳ ବଣ୍ଟନ କରି ନିରୀହ ପିଲାଙ୍କ ଜୀବନ ସହ ଖେଳୁଛି ପ୍ରଶାସନ । ଶିକ୍ଷା କ୍ଷେତ୍ରରେ ଉନ୍ନତି ସହ ପିଲାଙ୍କୁ ସ୍କୁଲ ମୁହାଁ କରିବା ଲକ୍ଷ୍ୟରେ ସରକାର ଆରମ୍ଭ କରିଛନ୍ତି ମଧ୍ୟାନ୍ନ ଭୋଜନ ଯୋଜନା । ପିଲାଙ୍କୁ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ପିଲାଙ୍କ ଖାଦ୍ୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଧ୍ୟାହ୍ନ ଭୋଜନ ଆଳରେ ପିଲାଙ୍କୁ ଦିଆଯାଉଛି ପ୍ଲାଷ୍ଟିକ ଚାଉଳ । କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଡୁମରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ।

ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ!

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ସହ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଉ ସରକାରୀ ନିର୍ଦ୍ଦେଶ କାର୍ଯକାରୀ ମଧ୍ୟ ହେଉଛି। ଏହା ଭିତରେ ସାମ୍ନାକୁ ଆସିଛି କେଳେଙ୍କାରୀର ସତ୍ୟତା। କୋଭିଡ ମହାମାରୀ ପାଇଁ ସମସ୍ତ ସ୍କୁଲ ବନ୍ଦ ହେବାରୁ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ପୁଷ୍ଟିକର ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ପିଲାଙ୍କୁ ଯୋଗାଇ ଦିଆଯାଉଥିବା ଶୁଖିଲା ଖାଦ୍ୟ ବା ଚାଉଳ ନିମ୍ନ ମାନର ହେବା ସହ ପ୍ଲାଷ୍ଟିକ ଚାଉଳ ଯୋଗାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ସ୍କୁଲରେ ପ୍ରଥମ ରୁ ୮ ଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୦ ପିଲାଙ୍କ ପାଇଁ ୧୪ କ୍ବିଣ୍ଟାଲ ଚାଉଳ ସରକାର ଯୋଗାଇ ଦେଇଛନ୍ତି। ସ୍କୁଲକୁ ଆସିଥିବା ଚାଉଳ ପିଲାଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। ଅଭିଭାବକ ମଧ୍ୟ ବେଶ ଖୁସିର ସହ ସ୍କୁଲରୁ ଚାଉଳ ନେଇ ପିଲାଙ୍କ ପାଇଁ ରୋଷେଇ ଆରମ୍ଭ କରିଥିଲେ। ମାତ୍ର ରୋଷେଇ କଲା ବେଳକୁ ଜାଣିବାକୁ ପାଇଲେ ଯେ ଚାଉଳରେ କିଛି ମାତ୍ରାରେ ପ୍ଲାଷ୍ଟିକ ଚାଉଳ ମିଶିଛି। ୧୦୦ ଗ୍ରାମ ଚାଉଳରେ ପାଖାପାଖି ୩୦ ଭାଗ ଚାଉଳ ପ୍ଲାଷ୍ଟିକ ପରି ଦେଖା ଯାଉଥିବା ବେଳେ ସାଧାରଣ ଚାଉଳଠାରୁ ଦେଖିବାକୁ ପୁରା ଭିନ୍ନ।

ଚାଉଳରେ ଏଭଳି ମିଶ୍ରଣ ଦେଖି ଅଭିଭାବକ ସ୍କୁଲ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଶିକ୍ଷକ ସମସ୍ତ ବଣ୍ଟନ ଚାଉଳ ଫେରାଇ ଦେବା ପାଇଁ କହିଥିଲେ। ତେବେ ଏନେଇ ଶିକ୍ଷକଙ୍କୁ ପଚାରିବାରୁ ଜିଲ୍ଲା ଶିକ୍ଷା ବିଭାଗ ଚାଉଳ ପଠାଇବାରୁ ଆମେ ବଣ୍ଟନ କରୁଛୁ ଏବଂ ଅପମିଶ୍ରିତ ଚାଉଳ ସମ୍ପର୍କରେ କିଛି ଜଣାନଥିବା କହିଛନ୍ତି । ପ୍ରତ୍ୟେକ ମାସରେ ଓଜନ ଠାରୁ ବହୁ କାମ ଚାଉଳ ସ୍କୁଲକୁ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅପମିଶ୍ରିତ ଚାଉଳକୁ ଅସ୍ବିକାର କରିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ପିଲାଙ୍କୁ ପୁଷ୍ଟିସାର ଖାଦ୍ୟ ଯୋଗାଇ ଦେବାପାଇଁ ବର୍ତ୍ତମାନ ଆଇରନ୍ ଯୁକ୍ତ ଖାଦ୍ୟ ଦିଆଯିବ । ତେଣୁ ଭିଟାମିନ ମିଶ୍ରିତ ହେବା ଯୋଗୁଁ ଚାଉଳରେ ପରିବର୍ତ୍ତନ ଦେଖା ଦେଉଛି ବୋଲି କହିଛନ୍ତି।

ତେବେ କଣ ରହିଛି ମିଶ୍ରିତ ଚାଉଳର ସତ୍ୟତା ? କାହାର ଲୋଭଖୋର ମନୋବୃତ୍ତି ପାଇଁ ପିଲାଙ୍କ ଜୀବନ ସହ ଖେଳୁଛି ଶିକ୍ଷା ବିଭାଗ ସେନେଇ ପ୍ରଶ୍ନ ଉଠିଛି। ପିଲାଙ୍କୁ ଭିଟାମିନ ଯୁକ୍ତ ଖାଦ୍ୟ ଯୋଗାଇଦେବା ଏକ ବାହାନା ନା ଅପମିଶ୍ରିତ ଚାଉଳ ବାଣ୍ଟୁଛି ଶିକ୍ଷା ବିଭାଗ । ଯାହା ତଦନ୍ତ ସାପେକ୍ଷ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.