ETV Bharat / state

ଧନତେରସ ପୂର୍ବରୁ ସୁନା ଦୋକାନରେ GST ବିଭାଗର ଚଢ଼ାଉ

author img

By

Published : Oct 22, 2022, 10:23 AM IST

ଧନତେରସ ପୂର୍ବରୁ କଳାହାଣ୍ଡି ସୁନା ଦୋକାନରେ GST ବିଭାଗ ଚଢ଼ାଉ କରିଛି । ଅଧିକ ପଢନ୍ତୁ

ଧନତେରସା ପୂର୍ବରୁ ସୁନା ଦୋକାନରେ GST ବିଭାଗର ଚଢ଼ାଉ

ଭବାନୀପାଟଣା: ଆସୁଛି ଧନତେରସ । ଏହା ପୂର୍ବରୁ ସୁନା ଦୋକାନରେ GST ବିଭାଗ ଚଢ଼ାଉ କରିଛି । ଏହି ଚଢାଉରେ ଧନତେରସ ପାଇଁ ସୁନା ଦୋକାନରେ ଷ୍ଟକ ରିପୋର୍ଟ, ସେଲ୍ସ ରିପୋର୍ଟ, ଜିଏସଟି ରେକର୍ଡ ଆଦି ଯାଞ୍ଚ କରୁଛି ଜିଏସଟି ବିଭାଗ । ରାଜ୍ୟ ଜିଏସଟି ବିଭାଗ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜିଏସଟି ବିଭାଗର ଦୁଇଟି ଟିମ ଏହି ଚଢ଼ାଉ କରିଥିଲେ ।

ଏହା ବି ପଢନ୍ତୁ...ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସରପ୍ରାଇଜ୍ ଭିଜିଟ୍ କଲେ ଜିଲ୍ଲାପାଳ ଓ ଏସପି

ଅକ୍ଟୋବର ୨୩ ତାରିଖ ତଥା ରବିବାର ଦିନ ଧନତେରସ ରହିଛି । ବିଶ୍ବାସ ରହିଛି କି ଧନତେରସରେ ସୁନା କିଣିଲେ ଶୁଭ ବୋଲି ମନାଯାଇଥାଏ । ଏନେଇ ଧନତେରସ ଦିନ ସୁନା ଦୋକାନ ଗୁଡିକରେ ପ୍ରବଳ ଭିଡ ହେବାର ପରିଲକ୍ଷିତ ହୋଇଆସିଛି । ତେଣୁ ଧନତେରସ ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁନା ଦୋକାନରେ ଚଢାଉ କରିଛି GST ବିଭାଗ ।

ସୂଚନା ଅନୁଯାୟୀ ଗତକାଲି(ଶୁକ୍ରବାର) କଳାହାଣ୍ଡି ଜିଲ୍ଲା GST ବିଭାଗ ପକ୍ଷରୁ ଭବାନୀପାଟଣା ସହରର ଗାନ୍ଧୀ ଛକରେ ଥିବା ଲକ୍ଷ୍ମୀପ୍ରିୟା ସୁନା ଦୋକାନରେ ଚଢ଼ାଉ ହୋଇଛି । ରାଜ୍ୟ ଜିଏସଟି ବିଭାଗ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜିଏସଟି ବିଭାଗର ଦୁଇଟି ଟିମ ଏହି ଚଢ଼ାଉ କରିଥିଲେ । ଲକ୍ଷ୍ମୀପ୍ରିୟା ସୁନା ଦୋକାନ ସମେତ ଦୋକାନ ମାଲିକ ୟୋଗେଶ ଜୈନଙ୍କ ଘରେ ମଧ୍ୟ ଜିଏସଟି ବିଭାଗ ଏକକାଳୀନ ଚଢ଼ାଉ କରିଥିଲା । ଆଗକୁ ଧନତେରସ ଥିବାରୁ ଷ୍ଟକ ରିପୋର୍ଟ, ସେଲ୍ସ ରିପୋର୍ଟ, ଜିଏସଟି ରେକର୍ଡ ଆଦି ଯାଞ୍ଚ କରୁଛି ଜିଏସଟି ବିଭାଗ । ସୁନା ବ୍ୟବସାୟରେ GST ଫାଙ୍କିଥିବା ସନ୍ଦେହ କରି ଏହି ଲଷ୍ମୀପ୍ରିୟ ସୁନା ଦୋକାନରେ ଚଢାଉ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...କଳାହାଣ୍ଡିରେ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଦରମା ହଡ଼ପ ମାମଲା, ଆକାଉଣ୍ଟାଣ୍ଟଙ୍କ ୩ ସହଯୋଗୀ ଗିରଫ

ଆଗକୁ ଧନତେରସ ଓ ଦୀପାବଳୀ ପର୍ବ ରହିଛି । ଏହି ସମୟରେ ଲକ୍ଷ ଲକ୍ଷ ଟଙ୍କାର ସୁନା ରୂପା କାରବାର ଏହି ଲକ୍ଷ୍ମୀପ୍ରିୟା ସୁନା ଦୋକାନରେ ହୋଇଥାଏ । ତେଣୁ ଗ୍ରାହକ ଯେପରି କୌଣସି ଠକାମିର ଶିକାର ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେଇଛି GST ବିଭାଗ । ତେଣୁ ସୁନା ରୁପା କିଣାବିକାର ପ୍ରତ୍ୟେକଟି ବିଲ ତନଖି ଦେଖିବା ସହ କେତେ ଟଙ୍କାର GST ରଖାଯାଉଛି ସେନେଇ GST ବିଭାଗ ଯାଞ୍ଚ କରିଥିଲା ।

ଇଟିଭି ଭାରତ ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.