ETV Bharat / state

ଗୋଚର ଜମି ଜବରଦଖଲ ଅସନ୍ତୋଷ, ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ

କଳାହାଣ୍ଡି ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଦଳସର୍ଗିରେ ଗୋଚର ଜମି ଜବରଦଖଲ ଅସନ୍ତୋଷ ବୃଦ୍ଧି ପାଉଛି । ଏହାକୁ ନେଇ ତଦନ୍ତ ବେଳେ ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ତେଜୁଛି ଗୋଚର ଜମି ଜବର ଦଖଲ ଅସନ୍ତୋଷ :  ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ

author img

By

Published : Nov 13, 2022, 8:56 PM IST

ଭବାନୀପାଟଣା: ଗୋଚରଜମି ଜବରଦଖଲକୁ ନେଇ ତେଜୁଛି ଅସନ୍ତୋଷ । ଏନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଦଳସର୍ଗି ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି । ଏହାକୁ ନେଇ ଗାଁକୁ ତଦନ୍ତ ପାଇଁ ଆସିଥିଲେ । ତେବେ ଅଧା ତଦନ୍ତରୁ ତହସିଲଦାର ଯିବାକୁ ବାହାରିଥିଲେ । ଏହି ସମୟରେ ଗ୍ରାମବାସୀ ତହସିଲଦାରଙ୍କୁ ଅଟକ ରଖିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତେଜୁଛି ଗୋଚର ଜମି ଜବର ଦଖଲ ଅସନ୍ତୋଷ : ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଗୋଚରଜମି ଜବରଦଖଲକୁ ନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ଼ ତହସିଲଦାର ଓ ବିଡିଓ ଗାଁକୁ ତଦନ୍ତ ପାଇଁ ଆସିଥିଲେ । ତେବେ ତହସିଲଦାର ବେପରୁଆ ଭାବେ ତଦନ୍ତର ଅଧା ପ୍ରକ୍ରିୟାରୁ ଜରୁରୀ ମିଟିଂ ଥିବା ଦର୍ଶାଇ ଫେରି ଯାଉଥିଲେ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାଦେଖି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ରାସ୍ତା ଅବରୋଧ କରି ଦୀର୍ଘ ସମୟ ଧରି ତହସିଲଦାରଙ୍କୁ ଅଟକ ରଖିଥିଲେ ।

ପରେ ସ୍ଥାନୀୟ ଜନପ୍ରତିନିଧିଏଥିରେ ହସ୍ତକ୍ଷେପ କରି ଲୋକଙ୍କୁ ବୁଝାସୁଝା କରିଥିଲେ । ଘଟଣାର ତଦନ୍ତ ଶେଷ ପର୍ଯ୍ୟନ୍ତ ବିଡିଓ ରହି ସମୀକ୍ଷା କରିବା ପ୍ରତିଶୃତି ଦେବାପରେ ଗ୍ରାମବାସୀ ତହସିଲଦାରଙ୍କୁ ଛାଡିଥିଲେ । ବହୁଦିନ ଧରି ଦଳସର୍ଗି ଗାଁରେ ଥିବା ସରକାରୀ ଗୋଚର ଜମିକୁ କେତେକ ବ୍ୟକ୍ତି ଜବରଦଖଲ କରି ନିଜ ଅକ୍ତିଆରରେ ରଖିଥିଲେ । ଗ୍ରାମବାସୀ ସେହି ଜମିଦେଇ ନଦୀକୁ ହେଉ କିମ୍ବା ଶ୍ମଶାନକୁ ଯିବା ସମୟରେ ସମ୍ପୃକ୍ତ ଜବରଦଖଲକାରୀ ଗ୍ରାମବାସୀଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି । ଏପରିକି ସେହି ଜମି ଦେଇ ଯାତାୟତ କରିବା ପାଇଁ ଲୋକଙ୍କୁ ମନା କରୁଥିଲେ । ଏନେଇ ଗ୍ରାମବାସୀ ବହୁଦିନ ଧରି ଅଭିଯୋଗ କରି ଆସୁଛନ୍ତି । ହେଲେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଥିବା ବେଳେ ଗାଁରେ ଅସନ୍ତୋଷ ଦେଖାଦେଇଛି ।

ଏବେ ସେହି ଜମିକୁ ନେଇ ଗ୍ରାମବାସୀ ପୁନଃ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ଉପଜିଲ୍ଲାପାଳ ସେହି ସ୍ଥାନରେ ୧୪୪ ଧାରା ଲାଗୁ କରିଥିଲେ । ଏନେଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ଏବଂ ବିଡ଼ିଓ ଶରତ ସେଠୀ ଦଳସର୍ଗି ଗାଁକୁ ଯାଇ ଜବରଦଖଲ ଜମି ପରିଦର୍ଶନ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ହେଲେ ଗାଁରେ ତଦନ୍ତର ଅଳ୍ପ ସମୟ ରହି ତହସିଲଦାର ହରେକୃଷ୍ଣ ବାରିହା ଫେରି ଆସିବା ସମୟରେ ତଦନ୍ତ ବାଟବଣା ହେଉଥିବା ସନ୍ଦେହ କରି ଗ୍ରାମବାସୀ ତହସିଲଦାରଙ୍କୁ ଅଟକ ରଖିଥିଲେ । ଗାଁର ମହିଳାମାନେ ରାସ୍ତା ଅବରୋଧ କରି ଦୀର୍ଘ ସମୟ ତହସିଲଦାରଙ୍କୁ ଅଟକ ରଖିଥିଲେ । ପରେ ଘଟଣା ସ୍ଥଳରେ ସ୍ଥାନୀୟ ଜନପ୍ରତିନିଧି ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବାପରେ ତହସିଲଦାରଙ୍କୁ ଛାଡି ଥିଲେ ଗ୍ରାମବାସୀ।

ଏପରିକି ଆସନ୍ତା ୭ଦିନ ମଧ୍ୟରେ ଗୋଚର ଜମିକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ତହସିଲଦାରଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏନେଇ ଧର୍ମଗଡ ତହସିଲଦାର ହରେକୃଷ୍ଣ ବାରିହା ସରକାରୀ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.