ETV Bharat / state

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଓଏସଆରଟିସି ବସ - save

ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଯାତ୍ରୀବାହି ବସ । ଅଘଟଣରୁ ବର୍ତ୍ତି ଯାଇଛନ୍ତି ଓଏସଆରଟିସି ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : May 17, 2019, 4:46 PM IST

କଳାହାଣ୍ଡି: ଆସନ୍ନ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହି ବସ୍ । କଳାହାଣ୍ଡି ଜିଲ୍ଲା କୋକସରା ଦେଇ ଯାଇଥିବା ଜାତୀୟ ରାଜପଥ-୨୬ର ପେଟ୍ରୋଲ ପମ୍ପ ନିକଟସ୍ଥ ବୁଲାଣିରେ ଘଟିଛି ଦୁର୍ଘଟଣା । ତେବେ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ, ବସଟି ରାଉରକେଲାରୁ ଜୟପୁର ଅଭିମୁଖେ ଯାଉଥିଲା । ତେବେ କେନାଲ ନିର୍ମାଣ ପାଇଁ ସେହି ରାସ୍ତାକୁ ଏଲଏନଟି କମ୍ପାନି ପକ୍ଷରୁ ଖୋଳା ଯାଇଥିଲା । ମାତ୍ର ବୁଳାଣି ଯୋଗୁଁ ଡ୍ରାଇଭର ଜାଣିନପାରି ବସକୁ ନେଇ କେନାଲ ପାଇଁଁ ଗାତ ଖୋଳା ଯାଇଥିବା ପାଖରେ ବ୍ରେକ କରିବାରୁ ବସଟି ସୈାଭାଗ୍ୟବଶତଃ ଅଟକି ଯାଇଥିଲା । ବସର ସମ୍ମୁଖ ଭାଗ କେନାଲ ଭିତରକୁ ଝୁଲି ରହିଥିବା ବେଳେ ଜେସିବି ସହାୟତାରେ ଯାତ୍ରୀଙ୍କୁ ବାହାରକୁ ବାହାର କରାଯାଇଛି ।

ସଂପୃକ୍ତ ଠିକାସଂସ୍ଥାର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସେପଟେ ଏଲଏନଟି ଅଧିକାରୀ ଶ୍ରୀନିବାସନଙ୍କ କହିବାନୁସାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାତ୍ର ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ବସ ଦୁର୍ଘଟଣା ହୋଇଛି ବୋଲି ସେ କହିଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:Body:

gfgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.