ETV Bharat / state

ଶେଷ ହେଲା ଗୋବିନ୍ଦ ସାହୁଙ୍କ ଅନ୍ତିମ ସଂସ୍କାର

author img

By

Published : Dec 22, 2022, 7:11 AM IST

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା । ବୁଧବାର ମହାଲିଙ୍ଗରେ ଶେଷ ହେଲା ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ

ଗୋବିନ୍ଦ ସାହୁଙ୍କ ଅନ୍ତିମ ସଂସ୍କାର
ଗୋବିନ୍ଦ ସାହୁଙ୍କ ଅନ୍ତିମ ସଂସ୍କାର
ଗୋବିନ୍ଦ ସାହୁଙ୍କ ଅନ୍ତିମ ସଂସ୍କାର

ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା । ମୃତଦେହ ବ୍ୟବଚ୍ଛେଦ ପରେ ମୃତ ଗତକାଲି(ବୁଧବାର) ମହାଲିଙ୍ଗରେ ପହଞ୍ଚିଥିଲା ମୃତଦେହ ।

ବୁଧବାର ସନ୍ଧ୍ୟାରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତଦେହ ମହାଲିଙ୍ଗରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ଗୋବିନ୍ଦଙ୍କ ସଂସ୍କାର କରାଯାଇଛି । ଗୋବିନ୍ଦଙ୍କ ଘରେ ତାଙ୍କର ସ୍ତ୍ରୀ, ତିନି ଝିଅ ଓ ଗୋଟିଏ ପୁଅ ରହିଛନ୍ତି । ଏହାସହ ତାଙ୍କ ଶ୍ବଶୁର ଘର ଲୋକ ଓ ସମ୍ପର୍କୀୟମାନେ ମଧ୍ୟ ରହିଥିବା ଦେଖାଦେଇଥିଲା । ଆମ୍ବୁଲାନ୍ସରେ ମୃତଦେହ ପହଞ୍ଚିବା ପରେ ଲୋକାରଣ୍ୟ ହୋଇଥିଲା ଗ୍ରାମ ।

ଅନ୍ୟପଟେ ଗୋବିନ୍ଦଙ୍କ ପାଖରୁ ମିଳିଥିବା ସୁଇସାଇଡ ନୋଟକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ସୁଇସାଇଡ ନୋଟକୁ ପରିବାର ଲୋକଙ୍କୁ ପୋଲିସ ଦେଖାଇ ନଥିବାରୁ ସେ ସୁସାଇଟ ନୋଟ କାହାର ଆମେ କେମିତି ଜାଣିବୁ ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ କାକା ଶ୍ୱଶୁର ମହେନ୍ଦ୍ର ସାହୁ । ଏହି ଘଟଣାରେ ମୃତ ଗୋବିନ୍ଦଙ୍କ ସ୍ତ୍ରୀ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ କେଗାଁ ଥାନାରେ ଅଭିଯୋଗ କରିଛନ୍ତି। ଏହାସହ ତାଙ୍କ ଝିଅମାନଙ୍କୁ ସୁରକ୍ଷା ଦେବା ପାଇଁ ସେ ପୋଲିସକୁ ଅନୁରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଅଭୂଲା ଫର୍ଦ୍ଦରେ ଅନନ୍ୟା: ଦେଶ ବିଦେଶରେ ପାଇଲେ ନୂଆ ପରିଚୟ, ବର୍ଷ ତମାମ ଥିଲେ ଚର୍ଚ୍ଚାରେ..

ପରିବାର ଲୋକେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ନୁହେଁ ତାଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଜେଲ୍‌ ଭଳି ସୁରକ୍ଷିତ ସ୍ଥାନରେ ଏହା କେମିତି ହେଲା ତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ତେବେ ରାଜ୍ୟର କ୍ରାଇମବ୍ରାଞ୍ଚକୁ ସେମାନେ ବିଶ୍ବାସ କରୁନାହାନ୍ତି ଏବଂ ଏହାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବାକୁ ସେମାନେ ଦାବି କରିଛନ୍ତି । ସମାନ ଭାବରେ ଗୋବିନ୍ଦ ସାହୁର ମୃତ୍ୟୁ ପରେ ତାଙ୍କର ପକେଟରୁ ଏକ ଲଫାଫା ପୋଲିସ ଜବତ କରିଥିବା ବେଳେ ସେହି ବାବଦରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପରିବାର ଲୋକେ ଦାବି କରିଛନ୍ତି । ସେହିପରି ମମିତାର ହତ୍ୟା ଗୋବିନ୍ଦ ସାହୁ କରି ନଥିବା ବେଳେ ତାଙ୍କୁ ପୋଲିସ ମିଛ ମାମଲାରେ ଫସାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ପ୍ରକାଶଯୋଗ୍ୟ ଯେ, ଗତ 2021 ଅକ୍ଟୋବର ମାସ 8 ତାରିଖରେ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ପରିବାର ଲୋକେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ମମିତା ମେହେର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଏହି ସ୍କୁଲର ପରିଚାଳକ ଥିଲେ ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଯାହାପରେ ଗୋବିନ୍ଦ ସାହୁକୁ ଗତ 17 ଅକ୍ଟୋବର 2021ରେ ଗିରଫ କରିଥିଲା । ଗୋବିନ୍ଦ ସାହୁ ଟିଟିଲାଗଡ ଥାନାରେ ଥିବା ବେଳେ ସେଠାରୁ ଫେରାର ହୋଇଥିଲା । ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର 19 ତାରିଖରେ ସେ ପୁଣି ସିନ୍ଧେକେଲା ଅଞ୍ଚଳରୁ ଗିରଫ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ କଣ୍ଟାବାଞ୍ଜି ଜେଲ୍‌ରେ ବିଚାରଧୀନ କଏଦୀ ଭାବରେ ଥିଲା ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ଫାଷ୍ଟଟ୍ରାକ କୋର୍ଟ ନିକଟରେ ଏହି ମାମଲାର ସାକ୍ଷୀମାନଙ୍କ ଶୁଣାଣି ସାରିଥିଲା । ତେବେ ମଙ୍ଗଳବାର ସେ ଜେଲ୍‌ରେ ଆତ୍ମହତ୍ୟା କରିବା ପରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.