ETV Bharat / state

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ - ଟଳିଲା ଟ୍ରେନ ଦୁର୍ଘଟଣା

କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍‌ । ଦାମନଯୋଡିରୁ ଆଲୁମିନା ବୋଝଇ କରି ଅନୁଗୋଳ ଯାଉଥିଲା ଏହି ଟ୍ରେନ । ଅଧିକ ପଢନ୍ତୁ

goods train get separated while running
goods train get separated while running
author img

By

Published : Jun 14, 2023, 11:39 AM IST

goods train get separated while running

ଭବାନୀପାଟଣା: ପୁଣି ଟଳିଲା ଟ୍ରେନ ଦୁର୍ଘଟଣା । କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ସାମ୍ନାକୁ ଆସୁଥିବା ବେଳେ ପୁଣି ଏବେ ମାଲବାହୀ ଟ୍ରେନ ବଗି ଛିଣ୍ଡି ଅଲଗା ହେବା ଭଳି ଚିତ୍ର ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍‌ । ଦାମନଯୋଡିରୁ ଆଲୁମିନା ବୋଝଇ କରି ଅନୁଗୋଳ ଯାଉଥିଲା ଏହି ଟ୍ରେନ । ଏହି ସମୟରେ କେସିଙ୍ଗା ଷ୍ଟେସନ ନିକଟରେ ଟ୍ରେନ ବଗି ଅଲଗା ହୋଇ ପ୍ରାୟ ୩୦ ମିଟର ପଳାଇଥିବା ଜଣାପଡିଛି । ତେବେ ଲୋକୋ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ରେଳ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥି ସହ ବଗିକୁ ପୁନଃ ଯୋଡିବା କାର୍ଯ୍ୟ ଆରମ୍ଭ କରିଛି ।

ପ୍ରକାଶ ଥାଉକି, ଚଳିତ ମାସ 2 ତାରିଖରେ ଲୌହଦାନବର ରକ୍ତଭୋଜି ଦେଖିଥିଲା ଦେଶ ସମେତ ବିଶ୍ବ । ବାଲେଶ୍ବର ବାହାନଗାର ରେଳ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । 2 ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଓଡ଼ିଶାର ବାଲେଶ୍ବର ଜିଲ୍ଲା ବାହାନାଗା ଠାରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଏହିପରି ତିନୋଟି ଟ୍ରେନ୍ ଧକ୍କା ହେତୁ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଯାହାକୁ ଦେଶର ଲୋକମାନେ କେବେ ଭୁଲି ପାରିବେ ନାହିଁ । ଏହି ଦୁର୍ଘଟଣାର ଯନ୍ତ୍ରଣା ବର୍ଷ ବର୍ଷ ଧରି ଲୋକଙ୍କ ମନରେ ସତେଜ ରହିବ । ସରକାରୀ ଆକଳନ ଅନୁଯାୟୀ ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ 289 ଜଣ ପ୍ରାଣ ହରାଇଛନ୍ତି ଏବଂ 1000ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ।

ସେହିପରି ଗତ ୧୧ତାରିଖରେ ଛତିଶଗଡ଼ ବିଳାସପୁର ଷ୍ଟେସନରେ ମୁହାଁମୁହିଁ ହୋଇଥିଲା ମେମୁ ଟ୍ରେନ ଓ ମାଲବାହୀ ଟ୍ରେନ । ସଠିକ ସମୟରେ ଉଭୟ ଟ୍ରେନର ପାଇଲଟ ନିଜ ନିଜ ଟ୍ରେନକୁ ଅଟକାଇବା ପରେ ଅଳ୍ପକେ ବର୍ତ୍ତିଥିଲା ଏକ ବଡ଼ ଧରଣର ଦୁର୍ଘଟଣା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁ ଘଟଣା ଉପରେ ପ୍ରତିକ୍ରିୟା ରଖିଛି ଭାରତୀୟ ରେଳବାଇ । ଦୁର୍ଘଟଣା ଖବରକୁ ଏଡ଼ାଇବା ସହ ଏହା ଏକ ସାଧାରଣ ସିଗ୍ନାଲିଂ ପ୍ରକ୍ରିୟା ବୋଲି କହିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.