ଭବାନୀପାଟଣା: ନ୍ୟାୟ ଦାବିରେ ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଗୁନାଙ୍ଗବେଡା ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ସୂଚନା ଅନୁସାରେ, ରାମପୁର ଥାନା ଅଞ୍ଚଳର ଜୈନାକା ଯୁବତୀ ଓ ଗୁନାଙ୍ଗବେଡା ଗାଁର ଅଜିତ ସାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ।
ତେବେ ଉଭୟ ଭିନ୍ନ ଜାତିର ହୋଇଥିବାରୁ ପରିବାର ଲୋକେ ବିବାହ ପାଇଁ ରାଜି ହୋଇନଥିଲେ । ଶେଷରେ ଉଭୟ ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଘରଛାଡି ଭବାନୀପାଟଣାରେ ଭଡାରେ ରହୁଥିଲେ । ମାତ୍ର ଗତମାସ ୧୭ ତାରିଖରେ ଯୁବତୀଙ୍କୁ ଏକୁଟିଆ ଛାଡି ଅଜିତ ଚମ୍ପଟ ମାରିଥିଲା । ଏହା ପରେ ଯୁବତୀ ଥାନାରେ ଏତଲା ଦେଇଥିଲେ ।
ଅନ୍ୟପଟେ ପୋଲିସ ଏକ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ କରି ପ୍ରେମିକ ଅଜିତକୁ ଅଟକ ରଖି ପଚାରାଉଚାରା କରୁଛି । ଏପଟେ ଗୁରୁବାର ପ୍ରେମିକା ନିଜେ ଗାଁ ଓ ପରିବାର ଲୋକଙ୍କୁ ଧରି ପ୍ରେମିକ ଅଜିତର ଘର ସମ୍ମୁଖରେ ପହଞ୍ଚି ନ୍ୟାୟ ଦାବିରେ ଧାରଣା ଦେଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ