ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । କଳାହାଣ୍ଡି ଜିଲ୍ଲା କୋକସର ଥାନା ଅନ୍ତର୍ଗତ ଦାବରୀଗୁଡା ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ 4 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।
ସୂଚନାଅନୁସାରେ, ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଦାବରୀଗୁଡା ଗାଁର କାର୍ତ୍ତିକ ନାଏକଙ୍କ ଘରେ ଗଞ୍ଜେଇ କାରବାର କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏନେଇ ଖବର ପାଇ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚଢ଼ାଉ କରିଥିଲା । ଚଢ଼ାଉରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।
ସେପଟେ ଗିରଫ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ଯୁବକ ଥିବା ଜଣାପଡିଛି । ତେବେ ଗଞ୍ଜେଇ କେଉଁଠୁ ଆସିଲା ଓ କେଉଁ ଜାଗାକୁ ଚାଲାଣ ହେବାକୁ ପ୍ରସ୍ତୁତ କରାଯାଉଥିଲା ସେନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ଆକଳନ ପରେ ଜଣାପଡିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ