ETV Bharat / state

କଳାହାଣ୍ଡିରେ ଲାଗିଲା ଲାଲବାହିନୀର ପୋଷ୍ଟର, ଇନଫର୍ମର କାମ ଛାଡିବାକୁ ଆହ୍ବାନ - ମାଓ ଆଧୁଷ୍ୟିତ କଳାହାଣ୍ଡି

କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର । ୭ ଜିଲ୍ଲାରେ ବନ୍ଦ ଡାକରା ସଫଳ କରିବା ସହ ପୋଲିସ ଇନଫର୍ମର କାମ ଛାଡିବାକୁ ପୋଷ୍ଟରରେ ଆହ୍ବାନ । ଅଧିକ ପଢନ୍ତୁ

Fresh Mao posters spotted in Kalahandi
Fresh Mao posters spotted in Kalahandi
author img

By

Published : May 14, 2023, 2:13 PM IST

Fresh Mao posters spotted in Kalahandi

ଭବାନୀପାଟଣା: କିଛି ଦିନର ନୀରବତା ପରେ ପୁଣିଥରେ ନିଜର ଉପସ୍ଥିତି ଜାହିର୍ କଲା ଲାଲବାହିନୀ । କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର । ମଦନପୁର ରାମପୁର ଥାନା ଅନ୍ତର୍ଗତ ମାନିକେରା ଗାଁ ନିକଟ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ମଦନପୁର ରାମପୁରରୁ ମହନଗିରିକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଲାଲବାହିନୀର ପୋଷ୍ଟର ଦେଖିବାକୁ ମିଳିଛି । ଏଥିରେ ସେମାନେ ପୋଲିସ ଇନଫର୍ମର କାମ ଛାଡିବାକୁ ଆହ୍ବାନ କରିଛନ୍ତି । ଏହାସହିତ ମେ' ୮ରୁ ୧୪ ଜୁନ ଯାଏଁ ଅଧିକାର ଅଭିଯାନ ଏବଂ ମେ' ୧୫ରେ ୭ଟି ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୌଦ୍ଧ, ନୟାଗଡ, ଗଜପତି ଓ ଗଞ୍ଜାମରେ ୨୪ ଘଣ୍ଟିଆ ବନ୍ଦ ପାଳକୁ ସଫଳ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ।

ମାଓବାଦୀମାନେ କେତେଗୁଡିଏ ଦାବି ନେଇ ଏହି ବନ୍ଦ ଡାକରା ଦେଇଛନ୍ତି । ଏହି ଦାବି ଗୁଡିକ ହେଲା, ସମସ୍ତ ଆଦିବାସୀ, ଦଳିତ, ଚାଷି ମୂଲିଆ ଓ ଗରିବ ପରିବାରକୁ ଆଗାମୀ ଛଅ ମାସ ଭିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେବା । ପିଡିଏସ୍ ଚାଉଳ ସମେତ ଡାଲି, ତେଲ, ଲୁଣ ମାଗଣାରେ ଦେବା । ଦରଦାମ୍ ବୃଦ୍ଧି ଉପରେ ତୁରନ୍ତ ରୋକ ଲଗାଇବା । ସବୁ ଗାଁକୁ ସବୁଦିନିଆ ପକ୍କା ରାସ୍ତା, ସ୍ବଚ୍ଛ ପିଇବା ପାଣି, ବିଦ୍ୟୁତ୍ ସଂଯୋଗ ଓ ସବୁ ପରିବାରକୁ ମାଗଣାରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଯୋଗାଇବା । ସବୁ ପଞ୍ଚାୟତରେ ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲି ଅଭିଜ୍ଞ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି କରିବା ।

କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ ବହୁଳ ଉପାନ୍ତ ଇଲାକା ହୋଇଥିବା ବେଳେ ଏହି ଜିଲ୍ଲାର ୧୩ ଗୋଟି ବ୍ଲକରୁ ୧୧ଗୋଟି ବ୍ଲକରେ ମାଓବାଦୀଙ୍କ ଚଳପ୍ରଚଳ ଥିବାରୁ ଏହାକୁ ମାଓ ଅଧ୍ୟୁଷିତ ଅଞ୍ଚଳ ଭାବରେ ସରକାର ଘୋଷଣା କରିଛନ୍ତି । ଗତ ୨୦୧୧ ମସିହା ଠାରୁ କଳାହାଣ୍ଡି ମାଓବାଦୀଙ୍କ ଗଡ଼ ଭାବରେ ପରିଚିତ । ବିଭିନ୍ନ ସମୟରେ ପୋଷ୍ଟର ମାରିବା, ଗାଡି ପୋଡାଜଳା କରିବା ସହ ପୋଲିସ ଇନଫର୍ମର ସନ୍ଦେହରେ ଲୋକଙ୍କ ହତ୍ୟା କରି ନିଜର ଉପସ୍ଥିତି ଜାହିର କରିଛି ଲାଲବାହିନୀ । ଏବେ ପୁଣିଥରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି । ମାଓବାଦୀମାନେ ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ମାନିକେରା ଗାଁ ନିକଟ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । ମାଣିକେରା ଗାଁର ଛକ ଓ ପୋଲ ଉପରେ ପୋଷ୍ଟର ରଖିବା ସହ ମାଇଲଖୁଣ୍ଟରେ ମଧ୍ୟ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

ଏହି ପୋଷ୍ଟରଟି ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ ରହିଛି । ଏଥିରେ ପୋଲିସ ଖବରଦାତା କାମ ଛାଡ଼ନ୍ତୁ, ପୋଲିସ ଅଫିସର ଓ ଗୁଇନ୍ଦା ଅଧିକାରୀଙ୍କ ଭୟ ଓ ପ୍ରଲୋଭନରେ ନ ପଡିବାକୁ ମଧ୍ୟ ଜନସାଧାରଣଙ୍କୁ ଅନୁରୋଧ କରିଛି ମାଓ ସଂଗଠନ । ଏହାସହିତ ବର୍ତ୍ତମାନ ଯୁବକମାନେ ଆରଏସଏସ, ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳରେ ଯୋଗ ନଦେବା ପାଇଁ ପୋଷ୍ଟରରେ ଆହ୍ବାନ କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.