ETV Bharat / state

ବସ୍ତି ପିଲାଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ଦୀପକ-ଜ୍ୟୋତି, ଦେଉଛନ୍ତି ନିଶୁଳ୍କ ଶିକ୍ଷାଦାନ - କଳାହାଣ୍ଡି ଆର୍ଥିକ ଅନଗ୍ରସର ବସ୍ତି ପିଲା

ନିଶୁଳ୍କ ଶିକ୍ଷାଦାନ କରୁଛନ୍ତି ଦମ୍ପତି । ଆର୍ଥିକ ଅନଗ୍ରସର ବସ୍ତି ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛିନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଦୀପକ ରଞ୍ଜନ ସାହୁ ଓ ତାଙ୍କ ପତ୍ନୀ ଜ୍ୟୋତିରାଣୀ ସାହୁ । ଅଧିକ ପଢ଼ନ୍ତୁ

ନିଶୁଳ୍କ ଶିକ୍ଷାଦାନ କରୁଛନ୍ତି ଏହି ଦମ୍ପତି
ନିଶୁଳ୍କ ଶିକ୍ଷାଦାନ କରୁଛନ୍ତି ଏହି ଦମ୍ପତି
author img

By

Published : Feb 23, 2023, 10:17 PM IST

ନିଶୁଳ୍କ ଶିକ୍ଷାଦାନ କରୁଛନ୍ତି ଏହି ଦମ୍ପତି

କଳାହାଣ୍ଡି: ବର୍ତ୍ତମାନ ସମୟରେ ଶିକ୍ଷା ଏକ ବ୍ୟବସାୟ ମାଧ୍ୟମ ହୋଇଯାଇଛି । ଭଲ ଭଲ ସ୍କୁଲରେ ଆଡମିସନ ଠାରୁ ଆରମ୍ଭ କରି କୋଚିଂ ସେଣ୍ଟର ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ଅଭିଭାବକ । ତେବେ ଏପରି ଅନେକ ପିଲା ଆଛନ୍ତି, ନା ଭଲ ସ୍କୁଲ ନା ବଡ କୋଚିଂ ସେଣ୍ଟରକୁ ଯିବା ପାଇଁ ଅର୍ଥ ଆଛି । ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ଏହା ସ୍ୱପ୍ନ। ଏଭଳି ଆର୍ଥିକ ଅନଗ୍ରସର ବସ୍ତି ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛିନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଦୀପକ ରଞ୍ଜନ ସାହୁ ଓ ତାଙ୍କ ପତ୍ନୀ ଜ୍ୟୋତି ସାହୁ। ପ୍ରାୟ ୧୦୫ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏକାଠି କରି ନିଶୁଳ୍କ ଶିକ୍ଷାଦାନ କରୁଛନ୍ତି ଏହି ଦମ୍ପତି ।

ଗରିବ ଛାତ୍ରଛାତ୍ରୀ ଟିଉସନ ଠିକ ଭାବରେ ପାଉ ନଥିବା ଯୋଗୁଁ ସ୍କୁଲ ଶିକ୍ଷା ପରେ ସେମାନଙ୍କ ପାଠର ରିଭିଜନ ପାଇଁ ସୁଯୋଗ ପାଇପାରନ୍ତି ନାହିଁ। ଗତ ନଭେମ୍ବର ୧ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀର ଆର୍ଥିକ ଅନଗ୍ରସର ଥିବା ଛାତ୍ରଛାତ୍ରୀଙ୍କୁ ଏକାଠି କରି ମାଗଣା ଟିଉସନ କରୁଛନ୍ତି । ଜୁନାଗଡ଼ ସହରର ୱାର୍ଡ ନମ୍ବର ୨ ସ୍ଵାଗତ କଲୋନିରରେ ଜ୍ୟୋତି ଗୁରୁମାଙ୍କ ଉଦ୍ୟମକ୍ରମେ ଆରମ୍ଭ ହୋଇଥିବା ନିଶୁଳ୍କ ଟିଉସନ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ପ୍ରଥମେ ଜ୍ୟୋତି ଗୁରୁମା ଏକା ଛାତ୍ରଛାତ୍ରୀଙ୍କୁ ଟିଉସନ ମାଗଣାରେ ପଢ଼ାଉଥିଲେ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ବର୍ତ୍ତମାନ ବର୍ଷା ବାଗ, ନେହା ଧଙ୍ଗଡ଼ାମାଝୀ ଓ ପ୍ରିୟଙ୍କା ହଂସ,ରଞ୍ଜିତା ପ୍ରଧାନ ଙ୍କୁ ପାଠ ପଢ଼ାଇବା ନିମନ୍ତେ ମାସିକ ୨ହଜାର ଟଙ୍କା ଲେଖାଏ ପାରିଶ୍ରମିକ ମଧ୍ୟ ଦେଉଛନ୍ତି । ଧୀରେ ଧୀରେ ଏହି ନିଶୁଳ୍କ ଶିକ୍ଷାଦାନ କେନ୍ଦ୍ର ସହରରେ ଲୋକଙ୍କ ଦ୍ବାରା ଆଦୃତ ହେବାରେ ଲାଗିଛି ।

କେବଳ ଯେ ପିଲାଙ୍କୁ ଏଠାରେ ଶିକ୍ଷା ଦିଆଯାଉଛି ତାହା ନୁହେଁ ବରଂ ଶିକ୍ଷା ସହ ସଂସ୍କାର ମଧ୍ୟ ପୁଳାଙ୍କୁ ଶିକ୍ଷା ଦିଆଯାଉଛି। ପରିବେଶ ସଫା ସୁତୁରା, ଶୃଙ୍ଖଳା, ଭାଷାଜ୍ଞାନ ପାଠ ଉପରେ ଗୁରୁତ୍ଵ ଓ ସ୍କୁଲ ଦିଆଯାଉଛି। ଭିନ୍ନ ଢଙ୍ଗରେ ପଢ଼ାଇବା ଶୈଳୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଛି। ଛାତ୍ରଛାତ୍ରୀଙ୍କୁ ସମସ୍ତ ବିଷୟରେ ଶିକ୍ଷା ଦାନ ଦିଆଯାଉଛି। ଛାତ୍ରଛାତ୍ରୀଙ୍କ ପରିବାରର ପୂରା ସର୍ଭେ କରାଯାଇ ସେମାନଙ୍କ ଉନ୍ନତି ନିମନ୍ତେ ଯୋଜନା ରହିଛି। ମାଗଣା ନିଶୁଳ୍କ ଶିକ୍ଷାକେନ୍ଦ୍ର ନିମନ୍ତେ ୧୪ ଡିସିମିଲ ଜାଗା ମଧ୍ୟ କିଣା ଯାଇଛି। ଜଣେ ଛାତ୍ରଛାତ୍ରୀ ଶିକ୍ଷିତ ହେଲେ ସେ ପୂରା ପରିବାରକୁ ପରିବର୍ତ୍ତନ କରିବା ପାଇଁ ଦିଗବାରେଣି ସାଜିପାରିବ।

ଏହି ଆଶା ନେଇ ଶିକ୍ଷା ମାଧ୍ୟମରେ ସାମାଜିକ ପରିବର୍ତ୍ତନ ପାଇଁ ଦୀପକ ରଞ୍ଜନ ଓ ତାଙ୍କ ପତ୍ନୀ ଜ୍ୟୋତି ଗୁରୁମା ଏକ ନିଆରା ପଦକ୍ଷେପ ଆରମ୍ଭ କରିଛନ୍ତି। ଛାତ୍ରଛାତ୍ରୀଙ୍କ ପଢ଼ିବା ଆନନ୍ଦଦାୟକ ହେବା ପାଇଁ ବିଭିନ୍ନ ଗପ, ଗୀତ ଓ ଶିକ୍ଷଣୀୟ ସାମଗ୍ରୀ ଦ୍ୱାରା ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଦୀପକ ରଞ୍ଜନଙ୍କ ଜୁନାଗଡ଼ ଥାନା ସମ୍ମୁଖରେ ସ୍ବାଗତ ସୁଇଟ୍ସ ନାମରେ ଏକ ମିଠା ଦୋକାନ ରହିଛି। ସେ ବ୍ୟବସାୟରେ ବ୍ୟସ୍ତ ରହୁଥିବାବେଳେ ତାଙ୍କ ପତ୍ନୀ ଜ୍ୟୋତି ବସ୍ତିର ଗରିବ ଛାତ୍ରଛାତ୍ରୀଙ୍କ ପାଇଁ କରିଥିବା ନିଆରା ପ୍ରୟାସ ଯୋଗୁଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.