ETV Bharat / state

ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ବୁଲା ଗାଈ ଗୋରୁଙ୍କୁ ଖାଦ୍ୟ ବଣ୍ଟନ - Food distribution to cattle

ବୁଲା ଗାଈଗୋରୁଙ୍କୁ ଖାଦ୍ୟ ବଣ୍ଟନ । ଜିଲ୍ଲା ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ଅଭିନବ ପ୍ରୟାସ । ଅଧିକ ପଢନ୍ତୁ...

ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ବୁଲା ଗାଇଗୋରୁଙ୍କୁ ଖାଦ୍ୟ ବଣ୍ଟନ

author img

By

Published : Jun 6, 2021, 10:56 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଉଗ୍ରରୂପ ନେବାରେ ଲାଗିଛି ମହାମାରୀ କୋରୋନା । ଏହାକୁ ଦୃଷ୍ଟିରେ ରଖି ଲକଡାଉନ ଓ ସଟଡାଉନର ଘୋଷଣା କରିଛନ୍ତି ସରକାର । ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ଗରିବ ଖଟିଖିଆଙ୍କ ଉପରେ।

ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ବୁଲା ଗାଇଗୋରୁଙ୍କୁ ଖାଦ୍ୟ ବଣ୍ଟନ
ଲକଡାଉନ ଯୋଗୁଁ କାମଧନ୍ଦା ବନ୍ଦ ରହିଥିବାବେଳେ ଦି ଓଳି ଦି ମୁଠା ଖାଇବା ମିଳିବା ମଧ୍ୟ ଏମାନଙ୍କ ପାଇଁ ମୁସ୍କିଲ । କେବଳ ଯେ ମଣିଷ ନୁହଁନ୍ତି ଏହାର ପ୍ରଭାବ ଗାଈଗୋରୁଙ୍କ ଉପରେ ମଧ୍ୟ ପଡିଛି । ଲକଡାଉନ ଯୋଗୁଁ ଦୋକାନ ବଜାର ପରିବା ହାଟ ବନ୍ଦ ରହିଥିବାବେଳେ ଖାଇବାକୁ ପାଉ ନାହାଁନ୍ତି ଗାଈଗୋରୁ । ତେବେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସହର ବୁଲା ଗାଈଗୋରୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଥିବାବେଳେ ଗୁରୁ ସେବାକୁ ପରମ ଧର୍ମ ମଣି ନେଇଛନ୍ତି ଭବାନୀପାଟଣା ସହରରେ ଥିବା ଦିବ୍ୟାଙ୍ଗ ସଙ୍ଗଠନର କର୍ମକର୍ତ୍ତା ।

ପ୍ରତ୍ୟେକ ଦିନ ସହରର ଗଳିକନ୍ଦିରେ ବୁଲି ବୁଲା ଗୋରୁଗାଈଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି । ତେବେ ଏହି ସଙ୍ଗଠନର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.