ETV Bharat / state

ଉତ୍କେଲା ବିମାନ ବନ୍ଦରକୁ ଗ୍ରୀନ ସିଗନାଲ, ଆକାଶ ଛାତି ଚିରି ଉଡ଼ିବେ କଳାହାଣ୍ଡି ବାସିନ୍ଦା

author img

By

Published : Aug 9, 2023, 8:47 PM IST

ଉତ୍କେଲା ବିମାନ ବନ୍ଦରକୁ ଡିଜିସିଏର ଅନୁମତି ମିଳିବା ପରେ କଳାହାଣ୍ଡିବାସୀଙ୍କ ମନରେ ଉତ୍ସାହ ଦେଖା ଦେଇଛି। ଏହି ବିମାନ ବନ୍ଦରରୁ ଖୁବଶୀଘ୍ର ଉଡାଣ ଭରିବ ବିମାନ। ଅଧିକ ପଢନ୍ତୁ

ଉତ୍କେଲା ବିମାନ ବନ୍ଦରରୁ ଉଡ଼ାଣ ଭରିବ ବିମାନ
ଉତ୍କେଲା ବିମାନ ବନ୍ଦରରୁ ଉଡ଼ାଣ ଭରିବ ବିମାନ
ଉତ୍କେଲା ବିମାନ ବନ୍ଦରରୁ ଉଡ଼ାଣ ଭରିବ ବିମାନ

ଭବାନୀପାଟଣା: ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ ହୋଇଛି । ଉତ୍କେଲା ବିମାନ ବନ୍ଦରକୁ ଡିଜିସିଏର ଅନୁମତି ମିଳିବା ପରେ କଳାହାଣ୍ଡିବାସୀଙ୍କ ମନରେ ଉତ୍ସାହ ଦେଖା ଦେଇଛି । କାରଣ ଯୋଗାଯୋଗ କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗେଇବ କଳାହାଣ୍ଡି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମରେ କଳାହାଣ୍ଡି ଜିଲ୍ଲାର ବୈପ୍ଲବିକ ପରିବର୍ତ୍ତନ ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବିଶ୍ଵ ଦରବାରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି କଳାହାଣ୍ଡି । ଆଉ ଏବେ ଏହି ଜିଲ୍ଲାରୁ ଆକାଶ ମାର୍ଗରେ ଯୋଗାଯୋଗ କରିପାରିବେ ଜିଲ୍ଲାବାସୀ। କାରଣ ଉତ୍କେଲା ବିମାନ ବନ୍ଦରରୁ ଖୁବଶୀଘ୍ର ବିମାନ ଉଡାଣ ଭରିବ ବୋଲି ଜଣାପଡ଼ିଛି । ଏହି ବିମାନ ବନ୍ଦର କାର୍ଯ୍ୟକାରୀ ହେଲେ କଳାହାଣ୍ଡି ସମେତ ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାବାସୀ ଉପକୃତ ହେବେ ।

୧୯୬୨ ମସିହାରେ ସ୍ଥାପନ ହୋଇଥିଲା ଉତ୍କେଲା ଏୟାରଷ୍ଟ୍ରିପ୍ । ସେ ସମୟରେ ଏହା ୧୨ରୁ ୫୦ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ ପାଇଁ ପ୍ରଯୁଜ୍ୟ ଥିଲା । ତେବେ ୨୦୧୬-୧୭ ମସିହାରେ ରାଜ୍ୟ ସରକାର ଉଡାନ୍ ଯୋଜନାରେ ଉତ୍କେଲା ବିମାନ ବନ୍ଦରକୁ ସାମିଲ କରିଥିଲେ। ଏନେଇ ବିମାନ ବନ୍ଦରକୁ ୩ କୋଟି ଟଙ୍କା ଅନୁଦାନ ମିଳିବା ପରେ ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ, ରନୱେ ନିର୍ମାଣ, ପାଚେରୀ, ଡ୍ରେନ, ଦୁଇ ପାର୍ଶ୍ବରେ ରାସ୍ତା, ସିଗ୍ନାଲ୍‌ ରୁମ, କଣ୍ଟ୍ରୋଲ ରୁମ୍‌, ରେଷ୍ଟ ହାଉସ ଆଦି ନିର୍ମାଣ କରାଯାଇଥିଲା । ପର୍ଯ୍ୟାୟକ୍ରମେ ଆହୁରି ଅନୁଦାନ ରାଶି ବଢିବା ପରେ ଟର୍ମିନାଲ ବିଲ୍‍ଡିଂ, ଟେକ୍ସି ଇନ, ଫ୍ୟୁଏଲ ଷ୍ଟେସନ ଆଦି ନିର୍ମାଣ କରାଯାଇଛି । ତେବେ ଆବଶ୍ୟକୀୟ ଭିତ୍ତିଭୂମି ପାଇଁ ଅନୁମତି ମିଳିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ...ସହଜ ହେବ ଶ୍ରୀକ୍ଷେତ୍ର ଧାମ ଯାତ୍ରା, ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ ପାଇଁ ସ୍ଥିତି ଅନୁଧ୍ୟାନ କଲା AAI ଟିମ୍

କେନ୍ଦ୍ର ପ୍ରତିନିଧିଙ୍କ ସହ ବେସରକାରୀ ବିମାନ ଚଳାଚଳ ସମ୍ପୃକ୍ତ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଉଡାଣ ଯୋଜନାରେ ୧୬ କୋଟି ବ୍ୟୟରେ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା । ଏହପରେ ବଡ଼ ଏୟାରପୋର୍ଟ ପାଇଁ ୫୫ କୋଟି ବ୍ୟୟର ଟେଣ୍ଡ୍‌ର ପରେ ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ କରାଗଲା । ଏହା ଦ୍ବାରା ଉତ୍କେଲାରୁ ଭୂବନେଶ୍ବର, ରାୟପୁର, ବିଶାଖାପାଟଣା, ଚେନ୍ନାଇ, ନୂଆଦିଲ୍ଲୀ, ମୁମ୍ବାଇ ଓ କୋଲକାତାକୁ ନିୟମିତ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଛି । ଗତ ମାସରେ ଡିଜିସିଆଇର ଏକ ୪ ଜଣିଆ ସ୍ବତନ୍ତ୍ର ଟିମ୍ ଉତ୍କେଲା ବିମାନ ବନ୍ଦରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଏହାସହ ରନ୍‌ୱେଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟର ଯାଞ୍ଚ କରି ଫେରିବା ପରେ ୨- ବି ଲାଇସେନ୍ସ ପ୍ରଦାନ କରିଛନ୍ତି । ଆଉ ଏହାକୁ ନେଇ ଜିଲ୍ଲାବାସୀ ବେଶ ଉସାହିତ ଥିବାବେଳେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ କହିଛନ୍ତି,"କଳାହାଣ୍ଡିବାସୀଙ୍କ ପାଇଁ ଏହା ଖୁବ ଖୁସିର ଖବର ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.