ETV Bharat / state

ଲୋନ ଟଙ୍କା ଲୁଟ ଘଟଣାରେ ୫ ଡକାୟତ ଗିରଫ, ୩ ମୋଟର ସାଇକେଲ ଜବତ

author img

By

Published : Oct 8, 2020, 9:53 AM IST

ଲୋନ ଟଙ୍କା କଲେକ୍ସନ କରି ଫେରୁଥିବାବେଳେ ଆରୋହନ ଫାଇନାନସିଆଲ ସର୍ଭିସର ଏଜେଣ୍ଟ ଙ୍କ ଠାରୁ 30 ହଜାରରୁ ଉର୍ଦ୍ଧ୍ବ ଟଙ୍କା ଛଡେଇନେଲେ ଦୁର୍ବୃୃତ୍ତ । ଘଟଣାରେ ସେମାନଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଟଙ୍କା ଲୁଟ ଘଟଣାରେ ୫ ଡକାୟତ ଗିରଫ, ୩ ମୋଟର ସାଇକେଲ ଜବତ

ଭବାନୀପାଟଣା: ଜିଲ୍ଲାର ଜୁନାଗଡ ଥାନା ଅନ୍ତର୍ଗତ ପାଣି ଗାଁ ଜଙ୍ଗଲ ଠାରେ ଗତମାସ 24 ତାରିଖରେ ହୋଇଥିବା ଡକାୟତି ଓ ଲୁଟ ଘଟଣାରେ ଜୁନାଗଡ ପୋଲିସ ବୁଧବାର 5 ଜଣ ଡକାୟତଙ୍କୁ ଗିରଫ କରିବା ସହ ଡକାୟତି ଘଟଣାରେ ସମ୍ପୃକ୍ତ 3 ଗୋଟି ମୋଟରସାଇକେଲ 6 ଗୋଟି ମୋବାଇଲ ଫୋନ ଓ ନଗଦ 11 ହଜାର ଟଙ୍କା ଜବତ କରିଛି l

ସୂଚନା ଅନୁଯାୟୀ, ସେପ୍ଟେମ୍ବର ମାସ 24 ତାରିଖ ସନ୍ଧ୍ୟାରେ ଆରୋହନ ଫାଇନାନସିଆଲ ସର୍ଭିସର ଏଜେଣ୍ଟ ରାହୁଲ ନାଗ ସଂକରିପାଲି ଗାଁ ରୁ ଲୋନ ନେଇଥିବା ଲୋକଙ୍କର ଟଙ୍କା କଲେକ୍ସନ କରି ଜୁନାଗଡ ଫେରୁଥିଲେ। ଏତିକି ବେଳେ ପାଣିଗାଁ ଜଙ୍ଗଲ ରାସ୍ତାରେ ଏପରାହ୍ନ 4 ଟା ସମୟରେ କିଛି ଦୃବୁର୍ତ୍ତ ରାହୁଲ ନାଗଙ୍କୁ ଅଟକାଇ ତାଙ୍କ ଠାରୁ କଲେକ୍ସନ କରିଥିବା 30 ହଜାର 450 ଟଙ୍କା, ମୋବାଇଲ, ରସିଦ ବହି ଓ ପ୍ଳlଟିନା ମୋଟର ସାଇକେଲ ଚାବିକୁ ଛଡେଇ ନେଇଥିଲେ l

ଏ ସମ୍ପର୍କରେ ରାହୁଲ ନାଗ ଜୁନାଗଡ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୋଲିସ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ନାସିଗାଁର ହେମରାଜ ହରପାଳ ଓରଫ କାଳିଆ, ତେନ୍ତୁଳୀଖୁଣ୍ଟି ଗାଁର ସୁବାସ ମଙ୍ଗରାଜ, କେସିଗାଁ ଥାନା ଅନ୍ତର୍ଗତ ବରାମୁଣ୍ଡ ଗାଁର ଭୁବନେ ବାଗ, ଗୋଲାମୁଣ୍ଡା ଥାନା ସଂକରିପାଲି ଗାଁର ବେଦ ବାଗ, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ମମୀଆ ଗାଁର ମନୋଜ ଦୀପକୁ ଗିରଫ କରିଥିବା ବେଳେ ଆହୁରି 2 ଜଣ ଫେରାର ଅଛନ୍ତି l

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.